ତମେ
ତମେ
ଯନ୍ତ୍ରଣା ମୋ ପୃଥିବି
ଅନ୍ଧାର ମୋ ସାମ୍ରାଜ୍ୟ
ତମସଚ୍ଚାନ୍ନ ମହାଦେଶ ଏହି ଜୀବନଟା
ବେଳେ ବେଳେ ଆନ୍ତରିକ ଆଣ୍ଟାର୍କଟୀକା
ଭଳି ଜନବସତିଶୂନ୍ୟ, ନିଃସଙ୍ଗ
ଏକାକୀ ଲାଗେ, ଯେବେ ପଶ୍ଚାତ ଧାବନ
କରେ, କିଛି ବାସ୍ତବତାର ସେତିକିବେଳେ
ମରୀଚିକାର ଭ୍ରମ ସୃଷ୍ଟି ହୁଏ
ଜୀଵନ ଅଶାନ୍ତ ଗ୍ରହଟିଏ ପାଲଟିଯାଏ
ଅନ୍ଧାର ର ସମ୍ରାଜ୍ୟରେ ଘର କରେ
ନୈରାଶ୍ୟର କଥା ଲେଖେ
ସେତିକିବେଳେ ତମେ ହିଁ ସ୍ମୃତିକୁ ଆସ.....
