ଜୀବନ
ଜୀବନ
ପଙ୍କିଳ ଏବେ ଲାଗେନା ଜୀବନଟା
ବିଶାଳ ମନଟା ଖୋଜେ ଏବେ
ହୃଦୟ ଭଳି ହୃଦୟ
ମଣିଷ ଭଳି ମଣିଷ
ଭଲ ପାଇବାର ମଣିଷ
ଜୀଵନ ସୁନ୍ଦର ବୋଲି ସେ
ବୁଝିଲାପରେ ଯଦି ସେ ରଚିଦିଏ
ପ୍ରଳୟର ତାଣ୍ଡବ ଲୀଳା
ଏ ମନଟା ଖୋଜୁଛି
ଏକ ସୁନ୍ଦର ମନ
ବିଶାଳ ହୃଦୟ
ସେ ଚାହେଁନା ପଙ୍କିଳ ଜୀଵନ
ଚାହେଁ ଏକ ଉର୍ଦ୍ଧଗାମୀ ଜୀଵନ
ପଙ୍କିଳ ଏବେ ଲାଗେନା ଜୀଵନ
