ମନ
ମନ
ମନର ଗହନ ବନରେ
ଯେତେବେଳେ କିଛିବି
ସନ୍ଧାନ କରେ ମୁଁ
ଅନ୍ତରଚକ୍ଷୁ ଯେବେ ଉନ୍ମୋଚନ ହୁଏ
ପ୍ରଶ୍ନ ପଚାରେ ମୁଁ ନିଜକୁ ନିଜେ
ଆତ୍ମାର ଶୁଦ୍ଧିକରଣ
ଅନ୍ତରର ଅବ୍ୟକ୍ତ ଭାଷା ହେଉ କି
ଜୀଵନ ନୁହେଁ ଯନ୍ତ୍ରଣା ର କଥା
ଜୀଵନ ସୁନ୍ଦର, ପ୍ରତୀକ୍ଷାରତ
ମନଟା ପ୍ରତିଟି ଜନ୍ମ ପ୍ରତୀକ୍ଷା ହିଁ
କରେ, ପ୍ରତୀକ୍ଷା ତାର
ଚିର ଶାନ୍ତିର ସନ୍ଧାନ
ମନ ମୋର ଗହନ ଅରଣ୍ୟ ବନଟିଏ
