କ୍ଷତ
କ୍ଷତ
କ୍ଷତାକ୍ତ ମନଟା ଯେବେ ଜଳେ ଆଉ
କୁହୁଳେ, ସେତିକି ବେଳେ ମନଟା
ବିଦ୍ରୋହ କରେ, ବିପ୍ଳବ ର ବହ୍ନି ଜଳେ
ଅସରନ୍ତି ଅଭିମାନ ଆଉ ସ୍ୱାଭିମାନୀ
ମନଟା, ତରଙ୍ଗୟିତ ଢେଉ ଭଳି
ଅଶାନ୍ତ ହୁଏ, କଳିକା ମନଟା
ଯେବେ ପ୍ରସ୍ପୁଟିତ ହୁଏ
ସେତିକିବେଳେ ସ୍ୱପ୍ନର
ବଗିଚାରେ ପୁଷ୍ପ ପାରିଜାତ
ପ୍ରସ୍ପୁଟନ ହୁଏ ସିନା
ଫୁଲର ସହରରେ
ଘର ସିନା କରେ
କ୍ଷତାକ୍ତ ମନଟା ଜଳେ ଆଉ କୁହୁଳେ
ସ୍ମୃତିର କଦମ୍ବ ବନରେ ପୁରୁଣା
ସ୍ମୃତି କଥା ମନେପଡେ....
