STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ସୃଷ୍ଟିର ସମ୍ଭାର

ସୃଷ୍ଟିର ସମ୍ଭାର

1 min
145

କି ଦେଇ ପୂଜିବି ତୁମକୁ ହେ ଆଜି

ତୁମ ଗଢ଼ା ପରା ଏ ସାରା ପୃଥିବୀ

ଫୁଲ ରେ ଭରିଲ ସୁନ୍ଦର ସୁରଭି

ମନ ମୋହିନିଏ ସଭିଙ୍କର ଆଜି !

ଶ୍ରାବଣ କୁ ଦେଲ ମେଘ ର ମଲ୍ଲlର

ବସନ୍ତ କୁ ଦେଲ ସବୁଜ ଶୃଙ୍ଗାର

ଫଗୁଣେ ଭରିଲ ରଙ୍ଗ ର ଅବିର !

କେଡେ ସୁନ୍ଦର ଏ ସୃଷ୍ଟି ମନୋହର

ନ୍ୟାୟlଧୀଶ ତୁମେ ନ୍ୟାୟ ରେ ତୁମର

ନିଦାଘ ଟେ ଲୋଡ଼ା ମଣିଷ ଜୀବନେ

ଜଳଧର ଆଜି ତାହା ପାଇଁ ସିନା !

ଶାମୁକା ଦେହ ରେ ମୁକ୍ତା ଟିଏ ଦେଲ

ଜୀବନ ତାହାର ସାର୍ଥକ କରିଲ !

ପ୍ରଜାପତି ର ସେ ସୁନ୍ଦର ଡେଣାକୁ

କେତେ ଯତନ ରେ ଗଢିଲ ତାହାକୁ

ଫୁଲ ରୁ ଫୁଲ କୁ ଯାଏ ସେତ ଘୁରି

ପରାଗ ରେଣୁ ସେ ନିଜ ଦେହେ ବୋଳି !

କୋଇଲି କୁ ଦେଲ ମଧୁର ସ୍ଵନ ଟେ

କଳା ଦେହ ସିନା ସୁନ୍ଦର ମନ ଟେ !

ହଳଦୀ ରଙ୍ଗ ର ହଳଦୀ ବସନ୍ତ

ରଚିଲ ଜଗତ ତୁମେ ହିଁ ତ ନାଥ !

କେଡେ ସୁନ୍ଦର ଏ ସୃଷ୍ଟି ର ସର୍ଜନା

ତୁମ ପାଇଁ ଆଜି ଧରା ହସେ ସିନା !

ଗଢିଲ ତୁମେ ଏ ସୁନ୍ଦର ମଣିଷ

ଜ୍ଞାନ, ବୁଦ୍ଧି ଦେଇ ତାହାକୁ ଅଶେଷ !

ସବୁ ପ୍ରାଣୀ ମଧ୍ୟେ ଶ୍ରେଷ୍ଠ କରି ଦେଲ

ପ୍ରେମ ପରିଭାଷା ହୃଦେ ଭରିଦେଲ

ପ୍ରକୃତି କୋଳରେ ଶ୍ରେଷ୍ଠ ସନ୍ତାନ ଟେ

ତୁମ ରଚନାର ଶ୍ରେଷ୍ଠ କବିତା ସେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy