STORYMIRROR

Sambit Srikumar

Abstract Tragedy Classics

4.0  

Sambit Srikumar

Abstract Tragedy Classics

ବିବଶତା

ବିବଶତା

1 min
158



ପ୍ରକୃତିରେ ପ୍ରଗଳ୍ଭ ଲୋକଟିଏ

ଯେବେ ଅଚାନକ ଯାଏ ନୀରବି

କହେ ନାହିଁ କଥା ବେଶି କାହାରିକୁ

ଯାଥାର୍ଥ ଅଥବା ଅଯଥାରେ

ଘର ପରିବାରେ ଅବା ସାଙ୍ଗସାଥି ମେଳେ

ଛକ ବଜାରେ ଅବା ଦପ୍ତରରେ

ଭାବି ନିଅ କିଛି ତ ଗଡ଼ବଡ଼ ରହିଛି ନିଶ୍ଚୟ!


ନୀରବରେ ଚୁପଚାପ୍ ସହିବାର

କଳାରେ ନୁହଁନ୍ତି ସଭିଏଁ ମାହିର

ଥାଇପାରେ କିଛି ବି ବିବଶତା

ଯାହା ପାଇଁ ମଣିଷ ରୁହେ ତୁନି

ମାନ ସମ୍ମାନ ଅବା ସଂସ୍କାର ଲାଗି

ଅବା ଆଭିଜାତ୍ୟର ପରାକାଷ୍ଠାରେ!


ଏଇ ବିବଶତାଟା ବି ଗୋଟେ

ବିଚିତ୍ର ଚିଜ ଅମୋଘ ଅସ୍ତ୍ର

ସଠିକ୍ ସମୟରେ ମୌକା ଉଣ୍ଡି

କୁହାଳିଆ ତୁଣ୍ଡରେ ବାନ୍ଧି ଦିଏ ତୁଣ୍ଡି

ଏକା କରି ଛାଡ଼ି

ଦିଏ ମଣିଷକୁ

ତ୍ରିଶଙ୍କୁ ଅବସ୍ଥାରେ ନିହାତି ଅସହାୟ

ଅପାଂକ୍ତେୟ ଭାବେ!


କୁଟିଳ ବିବଶତା ବେଳକୁ ବେଳ

କରିଚାଲେ କବଳିତ ନୀରିହ ମଣିଷଟିକୁ

ଦିନୁ ଦିନ ବଢିଚାଲେ ତାହାର

ମାନସିକ ଅବସାଦ

ହରାଇ ସକଳ ଆଶା ନିବୃତ୍ତିର!


ସବୁରି ପାଇଁ ନୁହଁଇ ସହଜ

ପାଇବାକୁ ମୁକ୍ତି ବିବଶତାର

ବୁଢ଼ୀଆଣୀ ଜାଲରୁ

କେହି କେହି ବି ନିଅନ୍ତି ସାହାରା

ନିଶାର ଆଶକ୍ତିର

ଉନ୍ମୁକ୍ତ ହୋଇଯାଏ କେବେ କେବେ

ମାର୍ଗ ଅନ୍ତିମ ପରିଣତିର!


ବିବଶତାକୁ କେବଳ ବିବଶ

ଅନୁଭବୀ ମଣିଷଟି ହିଁ ଚିହ୍ନେ

ସେଇ ହିଁ ଜାଣେ ଏକମାତ୍ର

ଏହାର ଲକ୍ଷଣ କାରଣ

ପୁଣି ନିରାକରଣ ନିର୍ମୂଳଣ!



Rate this content
Log in

Similar oriya poem from Abstract