ସ୍ମୃତି
ସ୍ମୃତି
ସ୍ମୃତିର ଝରକା ଖୋଲି ମୁଁହ ଟି ଦେଖାଅ,
ମୋ ମନ ତରୁବରେ ଫୁଲ ଫୁଟି ଝଡିଯାଅ।
ପ୍ରଜାପତି ହୋଇ ଆସିପାଖେ ବସିଯାଅ,
ଧରିବାକୁ ଗଲେ କିଆଁ ଦୂରେ ଉଡି ଯାଅ ।
ତୁମର ତ ଚିନ୍ତା ନାହିଁ ତୁମେ ଯାହା ଇଚ୍ଛା କର,
ଯେଉଁ ରୂପ ଚାହଁ ତୁମେ ସେଇ ରୂପ ଧର।
ମୋ ପାଖକୁ ଆସି ମତେ ଛୁଇଁ ଦେଇ ଯାଅ,
ଛୁଇଁବାକୁ ମୁଁ ଗଲେ କୁଆଡେ ଲୁଚି ଯାଅ।
ତୁମକୁ ମୁଁ ଚାହିଁଲେ ବି ପାରେନା ତ ଛୁଇଁ,
କେତେଯେ ଛଳନା କରି ଯାଅ ତ ଉଭେଇ।
ପରଶ ଟି ଦେଇ ଚାଲି ଯାଅ କେତେ ଦୂରେ
ମିଛ ଟାରେ ତୁମ ପଛେ ମୁଁ ସିନା ଦଉଡେ।
