STORYMIRROR

Abhinaba Pattniak

Tragedy

3  

Abhinaba Pattniak

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
219


ଜୀବନ ଦର୍ଶନେ ବଞ୍ଚିବାର ରାହା ଖୋଜେ

ସେତକ ନପାଇ ମନେ କୋହ ତେଜେ।


ଅନ୍ୟ ସ୍ବାର୍ଥ ପାଇଁ ନିଜକୁ ଆହୁତି ଦିଏ

ନିଜ ପାଇଁ ମୁଁ ଯେ ପରିବାର ଭୁଲି ଯାଏ।


ସ୍ୱlର୍ଥପର ଦୁନିଆରେ କେହି ନୁହେଁ କାହାର

ମନର ଭ୍ରମରେ ଖାଲି କହୁଥାଏ ନିଜର ।


ନିଜ ପର ବୋଲି କେବେ ଜୀବ ନ ଚିହ୍ନଇ

ପର ଆପଣା ଯେବେ ନିଜ ସଙ୍ଗେ ଥାଇ ।


ଭୁଲ ଠିକର ହିସାବ କରି ହୁଏନି ଜମା 

ହିସାବ କରେ ସମୟ ଜୀବନର ଭୁଲ ଠିକ୍ ।


ଏଇତ ଅବ୍ୟକ୍ତ କୋହ ଜୀବ ଆତ୍ମାର ସୁଜନେ

ଯେବେ ମୋହ ମାୟା ତୁଟେ କୋହ ବି ଫୁଟେ ।


ନୀରବେ ସରବେ କୋହର ବର୍ଷା ଛୁଟେ

କୋହରେ ସନ୍ତୁଳିତ ହୃଦୟେ ଚିତ୍କାର ଶୁଭେ ।


ଦୂର ଦିଗବଳୟର ପ୍ରଭାରେ ମଳିନତା ଘଟେ

ବୁକୁଫଟା ଅନ୍ତଃକରଣର ଚିତ୍କାର ସବୁଠି ଫୁଟେ ।


ମାଟିର ମଣିଷର କବିତାରେ ଭାବ ଧାରା ଛୁଟେ 

ଗଗନ ପବନରେ ସାରା କୋହ ବିସ୍ଫାରିତ ହୁଏ

ସ୍ଵପ୍ନର ମହଲ ସବୁ ଭାଙ୍ଗି ଚୁରମାର୍ ହୁଏ  ।


କୋହର ଉଷ୍ଣ୍ରସ୍ରବଣ ଭିତରୁ ଲାଭର ଉଦ୍ଗିରଣ ହୁଏ

ଏବଂ ହଠାତ୍ ପୃଥିବୀଟା ଏକାଥରେ ଓଲଟି ଯାଏ।


ଜୀବନର ମାନେ ବୁଝିବାକୁ ସଦା ଚେଷ୍ଟିତ ହୁଏ

ମନର କୋହକୁ ସାଇତି ଏକ ନବ ନିର୍ମାଣ କରେ ।


ବଞ୍ଚି ଥିବା ଯାଏ ସବୁବେଳେ ଅବ୍ୟକ୍ତ କୋହକୁଚାପି

ଅବ୍ୟକ୍ତ ଭlବନlରେ ସଦା ଆଗେଇ ଚାଲେ ।


ନିୟତି ନିର୍ଦ୍ଦେଶେ ଆଜି ଜୀବ ଚାପିଧରେ 

ଅବ୍ୟକ୍ତ ଭାବନାର ଅକୁହା କଥାର କୋହକୁ 

ମନନ୍ କରେ କିପରି କୋହ ସମ୍ଭାଳିବ ।


କିନ୍ତୁ ପାରେନା ସେ ବ୍ୟକ୍ତିତ୍ୱର ପରଖରେ

ଏଇଯେ ସେଇ ଅବ୍ୟକ୍ତ କୋହର ଭାଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy