STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଝରକା ସେ ପାଖେ

ଝରକା ସେ ପାଖେ

1 min
123

ବର୍ଷା ଗୋ ତୁମେ ଆସିଛ ମରତେ

ରୁଣୁ ଝୁଣୁ ପାଦେ ଘୁଙ୍ଗୁର ଝଲସେ

କାଚ ଝରକାର ଶୁଭ୍ର ଆଲୋକରେ

ମୁହଁ ଟି ତୁମର ଚିକ ଚିକ କରେ

ସତେ ଅବା ଆଜି ଆସିଛ ମୋପାଇଁ

ମଣି, ମୁକୁତାର ଶୁଭ୍ର ହାର ହୋଇ

ବୁଝି ପାରୁନି ସେ ସ୍ନେହର ପସରା

ମୋ ପାଇଁ ହେ ସଖି ଆଣିଛୁ ତୁ ପରା l


ସଜଳ ନୟନା ଗୋ ରୂପ ଅନୁପମା

ମଞ୍ଜିର ଗୂଂଜନେ ନାହିଁ ତ ଉପମା

ସତେ ଅବା ତୁମେ ମେଘ କୂଳ ବଧୂ

ମୁହଁ ରେ ତୁମର କି ସୁନ୍ଦର ମଧୁ

ସୁନ୍ଦର ସୂଜଳ ସେଇ ମୁକ୍ତା ହାର

ମୋ ପାଇଁ କିବା ସେ ସଖ୍ୟ ଉପହାର l


ବରଷା ଗୋ ପୁଣି କାଚ ଝରକା ରେ

ମୁହଁ ଦିଶେ ସେଇ ବିଜୁଳି ଅlଳୁଏ

ସେ ଶୁଭ୍ର ତନୁ ଦେଖି ଲାଖି ଯାଏ ଆଖି

ସତେ ଅବା ସେ ଶୁଭ୍ର ପlଟ ପରିହିତା

ମୋ ପାଇଁ ତୁମେ ତ ଚିର ପରିଚିତା l


ଆଣିଛ ସାଥି ରେ ସବୁଜ ଓଢଣୀ

ପୃଥିବୀ ମା କୁ ଭେଟି ଦେବ ପୁଣି

ପ୍ରେମ ମୟୀ, ହାସ୍ୟ ମୟୀ ତୁମେ ମୋ କବିତା

ମୋ ହୃଦୟ କାନନେ ଚିର ବିରାଜିତା

ତୁମେ ତ ମୋହର ଏକାନ୍ତ ସଖି ଟେ

ମୋ ଝରକା ଫାଂକେ ନିଈତି ମୁଁ ଦେଖେ l



Rate this content
Log in

Similar oriya poem from Tragedy