ସେ ଶୀତ ରାତି
ସେ ଶୀତ ରାତି


ସେଇ ଶୀତ ରାତିର ହାଡ଼ଭଙ୍ଗା ଶୀତ
ଥରାଉଥିଲା ହୃଦତନ୍ତ୍ରୀ
ପାହାନ୍ତି ପହରୁ ଠାଏ ଠାଏ
ନିଆଁ ଅନ୍ତରା ଲାଗୁଥିଲା,
କେଉଁଠି କାଠ ଗଣ୍ଡି ତ ଆଉ କେଉଁଠି ପାଲଗଦା
ସେତକ ବି ତା ସହିତ ଜୁଟେନି
ସମସ୍ତ ଆଳସ୍ୟକୁ ଗାମୁଛାରେ ଗଣ୍ଠିଲି ବାନ୍ଧି
ମାଡିଚାଲେ ଧାନ କିଆରୀକୁ
ଥୁରୁ ଥୁରୁ ହାତେ ନଡା ବିଡା ସାଉଁଟୁ ସାଉଁଟୁ
ଜଡ ପାଲଟି ଯାଏ ହାତଟି
ତଥାପି ନିଷ୍ଠୁର ହେଇ କରିବାକୁ ହୁଏ
ସାରିବାକୁ କାମ ମନରେ ସଂକଲ୍ପ ନିଏ
ଧାନ ବୋହି ଆଣି ଖଲା ରେ ରଖିବା ପରେ ବି ପୁଣି ସରେନି କାମ
ମଥାରେ ପଗଡି ଲଗାଇ ବେଙ୍ଗଲାରେ
ଧାନ ମଡାଏ ରାତିସାରା
କେତେବେଳେ ସରିଯାଏ କାମ ଯଦି
ସେଇ ପାଲ ଗଦାରେ ରାତ୍ରି ଯାପନ<
/p>
ପୁଣି ପାହାନ୍ତିରୁ ଲାଗିଯାଏ କାମେ
ନାଁ ଖାତିର ଥାଏ ଶୀତ ରାତିକୁ
ନାଁ ଖାତିର ଥାଏ ନିଜର ଅବଶ ଶରୀର ପ୍ରତି
କେବଳ ଗୋଟିଏ ଲକ୍ଷ୍ୟ ପ୍ରତିପୋଷଣ ପରିବାରର
ହେଲେ କିଏ ବା ମୂଲ୍ୟ ଦିଏ ତାର ପରିଶ୍ରମ
ଅବା ତା'ର ଉତ୍ପାଦିତ ଶସ୍ୟକୁ
କେବେ ପ୍ରକୃତିର କରାଳ ପୀଡନରେ ମର୍ମାହତ
ତ କେବେ ଶସ୍ୟର ଉଚିତ୍ ମୂଲ୍ୟ ନ ପାଇ ମନ କ୍ଷତାକ୍ତ
ତଥାପି ସେ କେବେ ହାତବାନ୍ଦି ବସେନି
ସେ ଜାଣିଛି ସେ ତ ଅନ୍ନଦାତା ସାରା ଦେଶର
ଶୀତ ରାତିର ହାଡ଼ଭଙ୍ଗା ଶୀତ,ବର୍ଷାର ପ୍ରକୋପ
ଆଉ ମୁଣ୍ଡଫଟା ଖରାକୁ ସହିଛି ବୋଲି ତ
ସଲଖି ରହିଛି ଦେଶର ମେରୁଦଣ୍ଡ
ସେ କିଆଁ ଦେଖି ସହି ପାରିବ ନିରନ୍ନ ଜନତାକୁ
ତହିଁ ପାଇଁ ତ ସେ ଶୀତ ରାତି ହରାଇ ପାରେନି ତାକୁ ।