STORYMIRROR

Birakishore Nayak

Romance Tragedy

3  

Birakishore Nayak

Romance Tragedy

ଶୀତରାତି

ଶୀତରାତି

1 min
184

ଗ୍ରୀଷ୍ମ ପରେ ବର୍ଷା ତା' ପରେ ଯେ ଶୀତ

   ଋତୁଚକ୍ର ଘୁରୁଥାଏ 

ତିନି ଋତୁର ତ ଭିନ୍ନ ଭିନ୍ନ ସ୍ୱାଦ

   ଅନୁଭବ ହୋଇଥାଏ |


ଶୀତ ଦିନେ ଭଲ ଲାଗେ ଶୀତ ରାତି

   କମ୍ବଳର ତଳେ ଥିଲେ 

ସକାଳୁ ଉଠିବା ଭାରି କଷ୍ଟ ଲାଗେ

   ନିଦ ଭାଙ୍ଗି ସାରିଥିଲେ |


ଗରୀବ ଲୋକଙ୍କ ପାଇଁ ଦୁଃଖ ରାତି

   ଶୀତ ଯନ୍ତ୍ରଣାର କୋଳେ 

ଶୀତରେ ଥରନ୍ତି ବସ୍ତ୍ର ଅଭାବରେ

   ଦେହ ତ ଉଷୁମ ଭାଳେ |


ନିଆଁ ଜାଳି ସେକି ହୁଅନ୍ତି ସେମାନେ

   ଶୀତ ହେବାପାଇଁ ଦୂର 

ପାହାଡ଼ ଜଙ୍ଗଲେ ଜନଜାତିଙ୍କର

   ସଦା ଅଗ୍ନି ବ୍ୟବହାର |


ମଧ୍ୟଭାଗେ ବଡ଼ କାଠଗଣ୍ଡି ରଖି

   ଅଗ୍ନି ସଂଯୋଗ କରନ୍ତି 

ଚାରିପାଖେ ତାର ସାରା ପରିବାର

   ଆନନ୍ଦେ ଶୋଇ ଯାଆନ୍ତି |


ସନ୍ଧ୍ୟା ପରେ ପରେ ରାତି ମାଡିଆସେ

   ଶୀତଳ ପବନ ବହେ 

ଶୀଘ୍ର ନିଜ ନିଜ କାମ ସାରିଦେଇ

   ଫେରନ୍ତି ସଭିଏଁ ଗୃହେ |


ଶୀତ ରାତି ଶୀତେ ଦେହ ମନେ ଖେଳେ

   ଯୌବନେ ଉଛୁଳା ତାତି 

ସଂସାର ର ମାୟା ସଭିଙ୍କ ହୃଦୟେ

   ଜାଗେ ଆଦିମ ପ୍ରବୃତ୍ତି |


ଦିନଠାରୁ ବଡ଼ ଶୀତ ରାତି ପରା

   ବାରମ୍ବାର ନିଦ ଭାଙ୍ଗେ 

ରାତ୍ରୀ ଶେଷ ଭାଗ ପାହାନ୍ତି ପ୍ରହରେ

   ନିଦ ଭାରି ଭଲ ଲାଗେ |


ଶିଶୁମାନେ ଶୀତେ ଜାକିଜୁକି ହୋଇ

   ଶୋଇଯାନ୍ତି ମାଆ କୋଳେ 

ଶୀତର ପ୍ରକୋପ ଜାଣି ପାରନ୍ତିନି

    ମାଆର ପଣତ ତଳେ |


ଶୀତରାତି ନିଦ ଭରିଦିଏ ସ୍ୱପ୍ନ

    କର୍ମକ୍ଲାନ୍ତ ଜୀବନରେ 

ଅଧା ରହିଯାଏ ଅଧା ଲିଭିଯାଏ

    ସକାଳର କୁହୁଡିରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance