STORYMIRROR

Abhinaba Pattniak

Tragedy

3  

Abhinaba Pattniak

Tragedy

ବିଦାୟୀ ବର୍ଷ

ବିଦାୟୀ ବର୍ଷ

1 min
155


ହେ ବିଦାୟୀ ବର୍ଷ ଆଜି ତୁମ ଶେଷ ସ୍ପର୍ଶ 

ଚାଲିଯିବ ତମେ ଇତିହାସ କୋଳେ

ଦେଇ ତମ କୋହଭରା ହସ ।

                  ହେ ବିଦାୟୀ ବର୍ଷ !


ତୁମରି କାଳରେ ସୃଷ୍ଟି କରି କେତେ ଆଶା

ଦୂରେ ପଳାଇବ କରି ହତଭାଗା ନିରାଶା ।


ତମେ ତ ରଚିଛ ଦିବ୍ୟ ସଂକଳ୍ପ ଚେତନା

ମାନବବାଦର କରିଛ ପବିତ୍ର ରଚନା ।


କେତେ ଦୁଃଖ ଯନ୍ତ୍ରଣାରେ କରିଛ ଶାସନ

ତୁମେ ଶିଖାଇଚ ମାନବବାଦର ଆଚରଣ ।


ମୃତ୍ୟୁ ବିଭୀଷିକା ମଧ୍ୟେ ଫୁଟାଇ ହସ

ସମସ୍ତ ଜୀବନକୁ କରିଛ ସରଳ ସରସ ।

                   ହେ ବିଦାୟୀ ବର୍ଷ !


ଆଜି ଉପଦେଶ ଦେଇ ଚାଲିଯାଅ ତମ ଦେଶ

ସଭିଙ୍କ ମନରେ ଫୁଟି ଉଠୁ ତମ ଶବ୍ଦ ଶେଷ

ଦେଇ ଚାଲିଯାଅ ତୁମ ଅମୃତ ଶେଷ ସ୍ପର୍ଶ ।

                   ହେ ବିଦାୟୀ ବର୍ଷ !



Rate this content
Log in

Similar oriya poem from Tragedy