STORYMIRROR

Kalandi pal

Inspirational

3  

Kalandi pal

Inspirational

ଏଇ ତ ବିଜ୍ଞାନ ଦାନ

ଏଇ ତ ବିଜ୍ଞାନ ଦାନ

1 min
211

 ବିଜ୍ଞାନର ଦାନ   ଅତୀବ ମହାନ

   ଜାଣିଛନ୍ତି ଦେଶବାସୀ

ତୁମେ ହେତୁବାଦୀ ହେଉଛ ଦେଖେଇ

   ବିଜ୍ଞାନକୁ ପରଶଂସି ।।


ପୃଥିବୀକୁ ଧ୍ଵଂସ   ବିଜ୍ଞାନର ଅସ୍ତ୍ର

   କରିବ ଆସୁଛି ଦିନ

ଅଛି ସଂରକ୍ଷଣ    ଆଟମ୍ ବମ

   ଯାହା ବିଜ୍ଞାନର ଦାନ ।।


ବିଜ୍ଞାନର ଦାନ    କୂଟ ରସାୟନ

   ରାସାୟନିକ ଜୀବନ

ସ୍ଲୋ ପଏଜନ   ଭଳି କରେ କାମ

   ରୋଗ କରେ ଜାଗରଣ ।।


ବିଜ୍ଞାନ ଉନ୍ନତି    ଶିଳ୍ପର ସମ୍ପତ୍ତି

   ଗଢି ଉଠେ ହୁ ହୁ

ସଫା ହୁଏ ଏଠି   ବଣ ଜଙ୍ଗଲଟି

   ଖରା ମାରେ ଢୁ ଢୁ ।।


ଅସନ୍ତୁଳନଟି    ପରିବେଶ ଏଠି

   ଦିନରେ ପଡୁନି ଖରା

ପରିବେଶବିତ୍    ମୁଣ୍ଡ ଘୁରିଲାଣି

   କେମିତି ରହିବ ଧରା ।।


କଳ କବଜାର   ହୋଇଲା ପ୍ରସାର

   କୋଢ଼ିଆ ହେଲେ ଯୁବକ

ଜନ୍ମରୁ ଛୁଆଟି    ଓଷଦ ଖାଉଛି

   ରୋଗିଣା ଦୁନିଆଁ ଯାକ ।।


କରୋନା ରୋଗଟି   ବିଜ୍ଞାନ ଦାନଟି

   ଚାଇନାରେ ହେଲା ସୃଷ୍ଟି

ଲକ୍ଷ ଲକ୍ଷ ପ୍ରାଣ   ଗଲା ଅକାରଣ

   କେହି ନ ପାରିଲେ ତିଷ୍ଠି ।।


ବିଜ୍ଞାନର ମନ୍ଦ   ଗୁଣେ ସର୍ବେ ଅନ୍ଧ

   ଶୁଣ ହେତୁବାଦୀ ଗଣ

ସଚେତନ କର    ଅପବ୍ୟବହାର

  ନ ହେଉ କେବେ ବିଜ୍ଞାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational