Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Sethy

Inspirational

3  

Dhaneswar Sethy

Inspirational

ପୁସ୍ତକ

ପୁସ୍ତକ

1 min
167



ବହିରେ ରହିଛି  ଜ୍ଞାନ ମହୁମାଛି

  ସାକ୍ଷାତେ ଜ୍ଞାନ ଭଣ୍ଡାର 

ପୁସ୍ତକ ଶରୀର  ଆତ୍ମା ଜ୍ଞାନ ବୀର

  ଜ୍ଞାନ ଅଜର ଅମର |   {1}


ଭାଗବତ ଗୀତା  ଭାରତର ମାତା

  ରହିଛି ବାସ୍ତବ ଛବି 

ସମାଜ ନିଚ୍ଛକ  କବିଙ୍କର ଭାବ

  ଜଡିତେ କବି ଯେ ରବି |  {2}


ଏ ମହାଭାରତ  ବ୍ୟାସଙ୍କ କୃତିତ୍ୱ

   ତେଣୁ ବ୍ୟାସ ଅଗ୍ର ପୂଜା 

ସେ ସମୟ କବି  ଦେଶ ହିତେ ଛବି

   ମାଆ ପାଇଁ ହୁଏ ସଜା |   {3}


ସତ୍ୟ ଧର୍ମ ପ୍ରୀତି  ଜନ ହିତେ ରତି

   କବିଙ୍କୁ କରାଏ ବଡ଼ 

ଏବେକାର କବି  ନ କରି ସେ ରାବି

   ତେଣୁ ହୁଏ ଫୁଲ କଢ଼ |   {4}


ହେ କବି ଭାବୁକ  ସେଵ ଜନ ମୁଖ

   ଲେଖା ସେବା କର ଏକ 

ବ୍ୟାସ ଓ ବାଲ୍ମୀକି  ସମାଜର ସାକ୍ଷୀ

   ତାଙ୍କୁ ନୟନରେ ଦେଖ |   {5}


ଲେଖିଦେଲେ ଖାଲି  ପୁସ୍ତକ ହୁଏନି

   କବିର ସଂଯୋଗ ବଡ଼ 

ସ୍ୱାଧୀନ ପୂର୍ବରୁ   ବିଲେ ଗୋପ ମଧୁ

   ଲେଖି ସେଵୀ ଦେଲେ ମୋଡ |  {6}


ସେପରି ହେ ଜ୍ଞାନ  ଜନ କର ମାନୀ 

   ନିଜେ ହୁଅ ଖୁଦ୍ରତର 

ହସିବ ଭାରତ   ହସିବ ଆରତ

   ତ୍ରିରଙ୍ଗା ଯେ ଫରଫର |   {7}



Rate this content
Log in

Similar oriya poem from Inspirational