Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Sethy

Inspirational

3  

Dhaneswar Sethy

Inspirational

ପିଲାମାନେ

ପିଲାମାନେ

1 min
132


ପିଲାମାନେ ପରା     ଅଟନ୍ତି ଯେ ହିରା

      ସବୁ ଶାସ୍ତ୍ର କହେ ବାଣୀ,

ଆଜି ଟିକି ଚାରା      କାଲି ମହା କାୟା

      ଏ କଥା ସମସ୍ତେ ଜାଣି । {1}


ଏହି ଶିଶୁ କନ୍ୟା      ମୁର୍ମୁ ପରା ଦିନେ

       ଧୂଳି ଘରେ ଖେଳୁଥିଲା,

ଆଜି ଦେଖ ସେହି     ରାଷ୍ଟ୍ରପତି ହୋଇ

        ଭାରତେ ଶ୍ରେଷ୍ଠ ହୋଇଲା । {2}


 

ଏହି ସେହି ମୋଦୀ     ଛୋଟବେଳେ ଚାହା

       ବିକି ହେଲା ଦେଶ ମୁଖ୍ୟ,

ସେ ପାଇଁ ନେହୁରୁ      କହୁଥିଲେ ପରା

       ପିଲାଏ ଦେଶର ଲକ୍ଷ୍ୟ । {3}



ମାତାକୁ ଦେଖିଲେ      ଶିଶୁ ବଡ଼ ହୁଏ

       ସେପରି ଶିଶୁରୁ ଦେଶ,

ଦେଖ ପିଲାମାନେ      ବିଦ୍ୟାଳୟ ବନେ

        କିପରି ଆନନ୍ଦେ ହସ । {4}



ଏ ଶୁଭ ସଂକେତ       ଦେଶର ମହତ

        ନିଶ୍ଚେ ଶୀର୍ଷକୁ ଧାବିତ,

ହସୁ ଏ ଭାରତ        ହସୁ ଶିଶୁ ମାତ

        ତ୍ରିରଙ୍ଗାରେ ହେଉ ପ୍ରିତ । {5}

        



Rate this content
Log in

Similar oriya poem from Inspirational