STORYMIRROR

Dhaneswar Sethy

Inspirational

4  

Dhaneswar Sethy

Inspirational

ହେ ଶୀତ

ହେ ଶୀତ

1 min
355

ଛଅ ଋତୁ ଛଅ ପ୍ରକାର

    ସବୁ ମାନବ ହିତେ

ବୁଝି ନ ପାରିଣ ମଣିଷ

    ଭାବେ ନିଜର ସ୍ଵାର୍ଥେ....... (1)


ସକାଳ କାଲୁଆ ଥଣ୍ଡା ଯେ

    ହୁଏ ଭାଲୁର ମଜା

ମାତ୍ର ମାନବର ପକ୍ଷରେ

   ସତେ ଭାବଇ ସଜା........ (2)


ସନ୍ଧ୍ୟାରାଣୀ ମାଡ଼ି ଆସିଲେ

   କାକ କୋକିଳ ଜାତି

କଳରବ କରି ନୀଡ଼କୁ

   ସଦା ରଖନ୍ତି ମତି......... (3)


କି ବର୍ଣ୍ଣିବି ଶୀତ ଋତୁରେ

    ସେହି ପର୍ବ ପର୍ବାଣି

ଶ୍ରେଷ୍ଠ ଧର୍ମ ମାସ କାର୍ତ୍ତିକେ 

    ଜୀବ ଧରମ ଗାମୀ ....... (4)


ଏପରି କୌଣସି ମାସରେ

   ନାହିଁ ଧରମ ମର୍ମ

ମାତ୍ର ଭାରତରେ ରହିଛି

   ଧର୍ମ ମର୍ମରେ କର୍ମ.......... (5)


ସକାଳ ଶୀତୁଆ ଥଣ୍ଡାରେ

    ଚାହା କୋଅଟ ମଜା

ଗରିବଙ୍କ ନାଲି ଚାହା ଟି

   ସତେ ଖଣ୍ଡୁଆ ଖଜା........ (6)


ଦୁଃଖ ସୁଖ ଭରା ରହିଛି

    ଏହି ମହାନ ଋତୁ

ମାତ୍ର ଧର୍ମେ ମତି ରଖିଣ  

    ସୁଖ ଦୁଃଖରେ ବିତୁ........ (7)


ବିଶ୍ଵରେ ଏ ଋତୁ ରହିଛି

    ମାତ୍ର ଅଲଗା ମତି

ଭାରତରେ ସୁଖାନୁଭୂତି

    ଯେଣୁ ତ୍ରିରଙ୍ଗା ପ୍ରୀତି........ (8)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational