Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Sethy

Inspirational

3  

Dhaneswar Sethy

Inspirational

ଖୁସିର ସ୍ୱର

ଖୁସିର ସ୍ୱର

1 min
186


ଖୁସି ଅଟେ ଭାଇ   ଅନ୍ୟ ହିତ ପାଇଁ

   ଦେଲେ ସିନା ମହକଇ 

ଦେଖ ଗୋରୁ ମାତା  ଦେଇ କଲା ହିତା

   ହିନ୍ଦୁଧର୍ମେ ପୂଜା ପାଇ |... {1}


ଭାରତର ଗାନ୍ଧୀ  ଫିରିଙ୍ଗିକୁ ବାନ୍ଧି

   ଅହିଂସାରେ ଦେଲେ ଛନ୍ଦି 

ଆମରି ସୁବାଷ  ଜୀବନ ବିରସ

   ଦେଶ ହିତେ ସଦା କାନ୍ଦି |... {2}



ମୋଦୀ ଓ ନବୀନ  କେହ୍ନେ ହୀନିମାନ

   ଆମ ପାଇ ବ୍ରହ୍ମଚାରୀ 

ଛାଡି ସେ ସଂସାର  ଛାଡି ଘର ଦ୍ୱାର

   ପର ହିତେ ଦୁଃଖ ଵରୀ |... {3}



ନିଜ ହିତେ ଖୁସି   ଯେହ୍ନେ ଖାଦ୍ୟ ବାସି

   ତେସନେ ଗୋଦର ଗୋଡ଼ 

ଶକତି ମୁତାବ   ହିତ କରି ଭାବ

   ହୋଇବ ସମାଜେ ବଡ଼ |... {4}



ପ୍ରଭୁ ରାମଚନ୍ଦ୍ର   ପିତା ହିତେ ମନ୍ଦ

   ହୋଇଲେ ବିଶ୍ୱର ଚନ୍ଦ୍ର 

ସେପରି ମାନବ   ହିତ କରି ଭାବ 

   ସେଵିଲେ ସମାଜେ ଇନ୍ଦ୍ର |... {5}



ତେଣୁ ହେ ମାନବ  ହିତ କର ସ୍ୱର

   ଏହି ତ ଖୁସିର ସ୍ୱର  

କରିଲ ଏପରି    ଦେଶ ହେବ ଭାରୀ

   ତ୍ରିରଙ୍ଗା ଯେ ଫରଫର |... {6}



Rate this content
Log in

Similar oriya poem from Inspirational