STORYMIRROR

Dhaneswar Sethy

Inspirational

3  

Dhaneswar Sethy

Inspirational

ଟଙ୍କା

ଟଙ୍କା

1 min
205

ଟଙ୍କାରେ ସମସ୍ତ    ହୁଅଇରେ ଭାଇ

    ଟଙ୍କା ବିନେ ଆନ ନୋହି

ଟଙ୍କା କରୁଅଛି    ଟଙ୍କା ଧରୁଅଛି

    ଟଙ୍କା ଛାଡି କରେ କେହି........ (1)


ତହିଁରେ ରହିଛି     ମହାତ୍ମା ଗାନ୍ଧୀ

     ଭାରତ ବର୍ଷର ମୁଣ୍ଡ

ସତ୍ୟ ଧର୍ମ ନ୍ୟାୟ    ଆଚରିଣ ଧର

     ନୋହିଲେ ପାଇବ ଦଣ୍ଡ......... (2)


ନେଲା ସେ ଫିରିଙ୍ଗି   ଶେଷେ ହେଲା ବିନ୍ଧି

      ଭୋଗିଲା କର୍ମର ଫଳ

ରାଜନୀତି ଦଳ    ହୋଇଯିବେ ଖଳ

    ଟଙ୍କାକୁ କରିଲେ ବଳ.......... (3)


ଟଙ୍କାରେ ସେବିଣ   ଟଙ୍କାକୁ ଦେଇଣ

     ଅନାଥର ହୁଅ ନାଥ

ହସିବ ଭାରତ     ହସିବ ଆରତ

     ତ୍ରିରଙ୍ଗା ଦେଶର ମାତ......... (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational