Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Sethy

Inspirational

4  

Dhaneswar Sethy

Inspirational

ପର୍ବପର୍ବାଣୀ

ପର୍ବପର୍ବାଣୀ

1 min
261


ଦେଖ ଏ ଭାରତେ    ପର୍ବପର୍ବାଣୀ ରେ

       ଧର୍ମର ମର୍ମ ବାଣୀ

ସମାଜରେ ସେହି     ଭରି ରହିଅଛି

       ଜୀବ ଜଗତରେ ମଣି ।


ନାରୀ ଓ ପୁରୁଷ      ଦେବା ଦେବୀ ପୂଜା

       ସାମ୍ୟତା ଆଣିବା ପାଇଁ

ମାତ୍ର ଏ ପୁରୁଷ       ହରଣ କରଇ

       ନାରୀ ସ୍ୱାଧୀନତା ଧାଇଁ ।



ଗୁରୁବାର ଓଷା       ନାରୀଙ୍କର ଆଶା

       ଅର୍ଥ ସ୍ୱାଧୀନତା ପାଇଁ

ମାତ୍ର ଏ ପୁରୁଷ       ଖଟୁଲି ଧରାଇ

       ଭଣ୍ଡାଉଛି ପଛେ ରହି ।



ପର୍ବପର୍ବାଣୀ ରେ       ପ୍ରେମ ପ୍ରୀତି ଭରା

       ଆନନ୍ଦ ଉତ୍ସଵ ରହେ

ମଣିଷ ଏଠାରେ      ତୋହର ମୋହର

      ମୁହିଁ ବଡ଼ ବୋଲି କହେ ।



ବଉଳ ପୂର୍ଣିମା        ବୃକ୍ଷର ମହିମା

       ବୃକ୍ଷ ବନ୍ଦାପନା ହୁଏ,

ମାତ୍ର ଏ ମଣିଷ       କରିଦିଏ ଶେଷ

       ଗଛଲତା ପ୍ରାଣ ନିଏ ।



ପରିବାରେ ଆଉ      ଦେଶରେ ଦେଖନ୍ତୁ

      ନାରୀ ଓ ବୃକ୍ଷ ଦମନ,

ସରକାର ଛାଡି       ସମାଜ ରେ ଆଜି

      କରଇ ସେ ହିନୀମାନ ।



ଦେଶର ପର୍ବ      ପର୍ବାଣୀ ଗୌରବ

      ବିଜ୍ଞାନ ମତ ସମ୍ମତ ,

ମାତ୍ର ଏ ମାନବ      ହରାଇ ସରବ

      ସ୍ୱାର୍ଥରେ ହେଉଛି ହତ ।



ଭକ୍ତି ପ୍ରେମ ପ୍ରୀତି      ଈଶ୍ୱର ଙ୍କ ଶକ୍ତି

      ଆଚରି ପ୍ରଚାର କର,

ହସିବ ଭାରତ       ହସିବ ଆରତ

      ତ୍ରିରଙ୍ଗା ଯେ ଫରଫର ।



Rate this content
Log in

Similar oriya poem from Inspirational