ନାରୀ ହିଁ ତ୍ରିରଙ୍ଗା
ନାରୀ ହିଁ ତ୍ରିରଙ୍ଗା
କୋଟି ପୁଂସ ମାନ ଏକ ନାରୀ ମାନ
ତହୁଁ ନାରୀ ଗରୀୟାନ
ଏକ ସୀତା ଲାଗି କୋଟିଏ ଅସୁର
ଯାଇଥିଲେ ପରା ଯମ ।
ଗୋଟିଏ ଦ୍ରୌପଦୀ କୌରବରେ ବାଦୀ
ଗୋଟେ ନ ପାଇଲେ ପ୍ରାଣ
ସେପରି ଏ ନାରୀ ସମାଜରେ ଭାରୀ
ଭାରତର ଜୀଵଧନ ।
ସେ ଅମ୍ବେଦକ
ର କରିଥିଲେ ଧାର
ସମ୍ବିଧାନେ ମାତ ସାର
ତେଣୁ ଏ ଭାରତେ ଶ୍ରେଷ୍ଠ ଅଟେ ମାତ
ଧରେ ତ୍ରିରଙ୍ଗାର ହାର ।
ତେଣୁ ହେ ମାନବ ନାରୀ କର ଆଗ
ଦେଖାଯିବ ସବୁ ଦିଗ
ହସିବ ଭାରତ ହସିବ ଆରତ
ତ୍ରିରଙ୍ଗା ହୋଇବ ବେଗ ।