STORYMIRROR

Dhaneswar Sethy

Inspirational

4  

Dhaneswar Sethy

Inspirational

ହିରୋ

ହିରୋ

1 min
388

ଦେଖ ବିବେକ    କରିଲା ଟେକ

     ବିଶ୍ୱେ ଭରତ ଶ୍ରେଷ୍ଠ

ସବୁରୀ ଧର୍ମ     ହଜିଲା ଜ୍ଞାନ

    ସନାତନ ଯେ ଇଷ୍ଟ ।


ସମସ୍ତେ ଜିରୋ    ବିବେକା ହିରୋ

     ଆମେରିକାର ବାଣୀ

ବିଶ୍ଵ ମହଲେ     ସେ ଝଲ୍ଲମଲ

     ଭାରତ ହେଲା ରାଣୀ ।


ଏହି ଯେ ଦେଶ      ହୋଇଲା ଶୀର୍ଷ

      ବିଲେ ମଉଡମଣୀ

ଜନତା ଆଜି     ମାଇଲେ ବାଜି

     ଦେଶେ ବହେ ଉଜ୍ଜାଣୀ ।


ମାଆ ଭାରତ     ଦେଖି ଆରତ

     ଈଶେ ପ୍ରବାହ ଶକ୍ତି

ଉଠିଲେ ଯୁବ     ଆଣିଲେ ଭାବ

     ଚାହିଁଲେ ମାଆ ମୁକ୍ତି ।


ତପର ଶକ୍ତି      ମାଆରେ ଭକ୍ତି

     ସଫଳ ହେଲା ଇଚ୍ଛା

ବିଶ୍ଵ ସାମ୍ରାଜ୍ୟ     ଯାହାର ନାର୍ଯ୍ୟ

     ଫିରିଙ୍ଗି ହେଲା ନୀଚା ।


ହେଲା ସ୍ୱାଧୀନ     ଫେରିଲା ଜ୍ଞାନ

     ଭାରତ ହେଲା ବୀର

ହସଇ ମାତା      ହସେ ଜନତା

     ତ୍ରିରଙ୍ଗା ଫର ଫର ।


Rate this content
Log in

Similar oriya poem from Inspirational