STORYMIRROR

MADHU MITA

Inspirational

3  

MADHU MITA

Inspirational

ଟଙ୍କାର ସନେଟ୍

ଟଙ୍କାର ସନେଟ୍

1 min
183


କିଏ କହେ ଏହା ହାତର ମଳି

କିଏ କରେ ଗଳାମାଳି ,

କିଏ କହେ ଏହା ମନର ଧୂଳି

କା ପାଇଁ ଜୀବନ ସଙ୍ଖାଳି।


କାହା ପାଇଁ ଟଙ୍କା ଜୀବନ ରକ୍ଷକ

କା' ପାଇଁ ସାଜେ ଭକ୍ଷକ,

କା' ପାଇଁ ହୁଏ ବରଦାନ ପୁଣି

କା' ପାଇଁ ପୀଡା ଦାୟକ।


ଟଙ୍କା ରୋଜଗାର କାହା ପାଇଁ ବ୍ରତ

କା' ପାଇଁ ପ୍ରାଣ ସଙ୍କଟ,

ଟଙ୍କା ପଛେ କିଏ ଧାଇଁ ହାରିଯାଏ

ହୁଡ଼ିଯାଏ ଚଲା ବାଟ।


ଟଙ୍କା ପ୍ରକୃତରେ ସାଧନ ଦାୟକ କେବଳ ଅଟେ ଯେ ମାୟା,

ଟଙ୍କା ଠାରୁ ଯାହା ଆହୁରି ଜରୁରୀ ତାହା କାଳିଆର ଦୟା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational