STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଯାଦୁରେ ସୁକୁଟା ଭାବନା

ଯାଦୁରେ ସୁକୁଟା ଭାବନା

1 min
132


ଶୁଣିଥିଲି କର୍ଣ୍ଣେ ଦେଖିନି ନୟନେ

 ଅବାସ୍ତବ କଥା ହୁଏ,

ଗୋଟିଏ ଛତାରୁ ଶହଶହ ଛତା 

କେଉଁ ଠାରୁ ଆସିଥାଏ।


କେ କହେ ଚକ୍ଷୁ ବନ୍ଧନ ପୁଣି କେହି 

 ସାଧନା ଅଟଇ ଏହା,

ତଥାପି ଆଖିକୁ ବିଶ୍ବାସ କରି ପାରେନା

 କେମିତି ସମ୍ଭବ ତାହା ।


ଏଇ ଅଛି ପୁଣି ଏହି ନାହିଁ ଅଦୃଶ୍ୟ

  ଦୃଶ୍ୟ ସଭିଙ୍କ ଆଗରେ,

କେମିତି ହେଉଛି ଯାଦୁ ବୋଲାଉଛି

  ଭାବି ବସେ ମୋ ମନରେ ।


ଶୂନ୍ୟ ପଞ୍ଜୁରୀରେ ଶୁଆ ଦେଖାହୁଏ

ଗୋଟା ଗୋଟା ବ୍ଲେଡ ଖାଇ,

ତ୍ରିରଙ୍ଗା ପତାକା ପେଟରୁ କାଢନ୍ତି

କେମିତି ସମ୍ଭବ ହୁଅଇ ।


ବାଲି ଧରିଦେଲେ ମୁଠା ମୁଠା ଟଙ୍କା

   ଟାଙ୍କି ଭଳି ବାହାରେ,

ଯାଦୁକର ଙ୍କର ଏଭଳି କାଣ୍ଡରେ

  ଆମେ ଆନନ୍ତ ଲଭୁରେ ।


ମଶାଣିରେ ବସି କାଳୀଙ୍କ ସାଧନା

 କେ କରେ କାଉଁରୀ ଧରି,

ଆନ କେହି ଏହା ଯାଦୁ ବୋଲି କହେ

ନପାରନ୍ତି କେହି ଧରି ।।

ପ୍ରଣତି ମହାପାତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational