STORYMIRROR

Jayashree Das

Inspirational

3  

Jayashree Das

Inspirational

ମୋହ ମାୟା

ମୋହ ମାୟା

1 min
128

ଛଅ ଖଣ୍ଡ କାଠକୁ ପାଳ ଦଉଡି 

ଯମ ଆସି ତୋତେ ନେବରେ ଭିଡି 

ଅଢେଇ ଦିନକୁ ଏତେ ବଡେଇ 

ଜୀବ ଚାଲିଗଲେ ଦେବେ ଆଡେଇ 


ମଶାଣୀକୁ ନେବେ ବାଟ କଢେଇ 

ମୋର ମୋର ବୋଲି ଯାହାକୁ କହୁଛୁ 

କେହି ଯିବେ ନାହିଁ ପଛେ ଗୋଡେଇ 

ମଡ଼ା କହି ତୋତେ ଦେବେ ଘୋଡେଇ 


ଗୋବର ପାଣିରେ ଲିପିବେ ଘର 

ବନ୍ଦ ହେବ ତୋତେ ଦାଣ୍ଡ ଦୁଆର 

ଗଢିଥିଲୁ ଯେଉଁ ଘରକୁ ତୁହି 

ଘରୁ ଆଣି ଦେବେ ଦାଣ୍ଡରେ ଥୋଇ 


ଜୀବନର ସତ୍ୟ ରାମ ନାମ ଭାଇ

ବେଳ ଥାଉଁ ଯିବା ସଜାଗ ହୋଇ 

ମିଛ ମାୟା ଭରା ସଂସାର ପଥେ 

ମୋହ ଜାଲେ ଘାଣ୍ଟି ହେଉଛୁ ସତେ 


ବେଳ ଥାଉଁ ଥାଉଁ ସୁଧୁରି ଯିବା 

ପ୍ରଭୁ ନାମ ଗଣ୍ଠିଧନ କରିବା 

ଛାଡିବା ଲାଳସା ଛାଡିବା ଲୋଭ 

ଏ ଭବ ସାଗରୁ ମୁକତି ଲଭ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational