STORYMIRROR

Ashok Kumar Nayak

Inspirational

3  

Ashok Kumar Nayak

Inspirational

ଖେଳ

ଖେଳ

1 min
168

ମୋବାଇଲ ଧରି ଆଜିର ପିଲାଏ

ଖେଳୁଛନ୍ତି କେତେ ଖେଳ,

ଖେଳିବା ପାଇଁ କି ଖେଳ ପଡ଼ିଆରେ

ହେଉ ନାହିଁ ତାଙ୍କୁ ବେଳ l

ପାଠ ପଢୁ ଆମେ ଜ୍ଞାନ ବୃଦ୍ଧି ପାଇଁ

ଶରୀର ପାଇଁ ଖେଳିବା,

ଖେଳକୁଦ ଆଉ ନାଚ ଗୀତ ପାଇଁ

ମନକୁ ପ୍ରଫୁଲ୍ଲ ରଖିବା l

ଖେଳିଥାଏ ଖେଳ ସମୟର ଖେଳ

ଖେଳାଳି ଖେଳୁଛି ଖେଳ,

ଖେଳ ଖେଳିଗଲେ ଖେଳରେ ଖେଳରେ

ଖେଳାଳି ଲୋଡୁଛି ବେଳ l

ଖେଳକୁ ଖେଳରେ ଖେଳାଳି ଖେଳିଲେ

ଖେଳିବାର ମଜା ଜାଣ,

ଖେଳିଲେ କି ହେବ ଖେଳକୁ ନ ଜାଣି

ଖେଳର କି ଅବା ଗୁଣ l

ଜୀବନରେ ଖେଳ ଖେଳରେ ଜୀବନ

ଖେଳ ଖେଳରେ ସଂସାର,

ଖେଳିଯାଅ ସର୍ବେ ଖେଳର ମଞ୍ଚ ଏ

ଖେଳରେ ହୃଦୟ ସାର l 


Rate this content
Log in

Similar oriya poem from Inspirational