STORYMIRROR

Alaka Nanda

Inspirational

3  

Alaka Nanda

Inspirational

ଖେଳ

ଖେଳ

1 min
121

ଖେଳର ଚେହେରା କେତେ ଦେଖିବ, 

ସରଗୁ ନରକେ ପକେଇ ଦବ।

ଖେଳରୁ ହୁଅଇ ଭାଇ ଭଗାରୀ,

ଖେଳର ଆଣିଥାଏ ଭାବ ବଇରି।

ଦୁଇ ଦେଶ ମଧ୍ୟ ହୁଅଇ ଖେଳ,

ଲାଗିଥାଏ ସେଠି ଜିତ ଓ ହାର।

ଖେଳେ ହାରି ଯଦି ଦୁଃଖୀ ନ ହବ,

ଅସଲ ଖେଳାଳୀ ସେ ବୋଲାଇବ।

ଆଣିବାକୁ ମନେ ସତ୍ ଭାବନା,

ହୋଇଚି ଖେଳ ର ଉଦ୍ଭାବନା।

ଝିମିଟି ଖେଳରୁ ମହାଭାରତ,

ହେଲେ ପଡିବ ର ମାନ ମହତ।

ଖେଳିବାର କେତେ ନିୟମ ଥାଏ,

ନିୟମ କୁ ମାନି ଖେଳ ସଭିଏ।

ଖେଳ ରେ ଦୁର୍ନୀତି ନ ଆଣ ପିଲେ,

ତା ହେଲେ ଭଲ ସମ୍ପର୍କ ବଢେ।

ସବୁ ଧରଣ ର ଖେଳ ତ ଖେଳ,

ହୀନ ଭାବନା ମନେ ନ କର।

ଖେଳ ଜରିଆରେ ଆଣ ଭାଇଚାରା,

ତେବେ ହେବ ଏ ସଂସାର ରେ ନିଆରା l



Rate this content
Log in

Similar oriya poem from Inspirational