STORYMIRROR

Biswajita Baral

Inspirational

3  

Biswajita Baral

Inspirational

ଶରତ ଆଣିଛି

ଶରତ ଆଣିଛି

1 min
206

ଶରତେ ମରତ  ଦିଶେ ମନଲୋଭା

  ଅମରାବତୀ ସମାନ 

ଧାନ କ୍ଷେତେ ଗଛ ଲହଡ଼ି ପରାୟ

  ପରଶି ଧୀର ପବନ ।


ଶରତ ଆଣିଛି  ଫୁଲର ସମ୍ଭାର

  ଜୁଇ ମାଳତୀ ଟଗର  

ସୁଗନ୍ଧରେ ଭରା  ବନ ଉପବନ 

  ଭ୍ରମିତ ହୁଏ ଭ୍ରମର।।


କାଶତଣ୍ଡୀ ଫୁଲ  ଧବଳ ଚାମର 

  ନଦୀପଠା ଧାରେ ଶୋହେ 

ବାତାୟନ ସାଥେ ଖେଳେ ଦୋଳି ଖେଳ।।

 ସୌନ୍ଦର୍ଯ୍ୟରେ ମନ ମୋହେ ।


ପୂଜା ପାର୍ବଣରେ  ହସି ଉଠେ ଧରା 

  ମନରେ ଉତ୍ସାହ ଭରି  

ଘରେ ଘରେ ହୁଏ ନୂଆ ଲୁଗା ପଟା

  ପିଠା ପଣା ପୁରୀ କ୍ଷୀରି ।।


ଆଶ୍ୱିନ ମାସରେ  ଜହ୍ନି ଓଷା ପୁଣି

  କୁଆଁର ପୂନେଇ ରାତି  

ଉଜାଗର ରହି  ଆନନ୍ଦ ଉଲ୍ଲାସେ

  ରାତି ଯାଇଥାଏ ବିତି ।।


ଶରତ ଋତୁର  ବାରୁଣୀ ଗଗନେ 

  ରବି ଦିଶେ ଅସ୍ତାଚଳେ  

ରକ୍ତିମ ଆଭାରେ  ଦିଶେ କି ସୁନ୍ଦର

  ପଡ଼ି ପୁଷ୍କରିଣୀ ଜଳେ ।।


ନିର୍ମଳ ଆକାଶେ କଳା କଳା ମେଘ 

   ଅପରୂପ ତା'ର ଛବି  

ଜାତି ଜାତି ପକ୍ଷୀ ଫେରନ୍ତି ନୀଡ଼କୁ

   କିଚିରି ମିଚିରି ରାବି ।।


ଗଙ୍ଗଶିଉଳିର  ଭୁରୁଭୁରୁ ବାସ

  ଭାସିଆସେ ସମୀରଣେ 

ସନ୍ଧ୍ୟାରେ ଫୁଟଇ ଜହ୍ନିଫୁଲ ଗଛେ

  ସତେକି ସୁବର୍ଣ୍ଣ ମଣେ ।


ଶରତ ଋତୁର  ଶୁଭ ଲଗନରେ

   ମାଆ ଆସ ଅବତରି  

ତୁମ ଆଗମନେ  ଚାହିଁ ରହିଅଛୁ

   ଭକ୍ତି ପୁଷ୍ପ ଅର୍ଘ୍ୟ ଧରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational