STORYMIRROR

Binodini Dash

Inspirational

3  

Binodini Dash

Inspirational

ମୁଁ କର୍ମବୀର, ନୁହେଁ ବାକ୍ୟବୀର

ମୁଁ କର୍ମବୀର, ନୁହେଁ ବାକ୍ୟବୀର

1 min
116


କର୍ମରେ ଜୀଇଁବା କର୍ମରେ ମରିବା

ଏଥିପ୍ରତି ରଖି ଧ୍ୟାନ

ଭବ ରଙ୍ଗମଞ୍ଚେ ଅତ୍ୟନ୍ତ ସୁସଞ୍ଚେ

କାଟୁଥାଉ ମୋର ଦିନ

କର୍ମ ମଣି ଭଗବାନ

ଭଗବାନ ପରା ପାଖେ ଥିଲେ ତୋରା

ଦିଶଇ ହୃଦୟ -ମନ ।


କର୍ମ ଆଉ କଥା ରଖିଣ ସମତା

ଦେଖାଇ ପାରଦର୍ଶିତା

ନୁହେଁ ବାକ୍ୟବୀର ହୋଇ କର୍ମବୀର

ଟେକି ରଖି ନିଜ ମଥା

ଉନ୍ନତ କରିଣ ଚିନ୍ତା

ଆନ ହିତେ କର୍ମ ଭାବି ନିଜ ଧର୍ମ

ହୋଇବି ସଦା ବିଜେତା ।


ବିଶୁଦ୍ଧ ଚିତ୍ତରେ କରମ କରିଲେ

ବିଫଳତା ନ ଦିଶିବ

ବିଜୟର ଟୀକା ମୋ ଜୀବନ ଶିଖା

ତୋଳି ସଦା ଜଳୁଥିବ

ସାଜି ଗୋଟିଏ ଦୀପକ

ଅନ୍ଧକାରେ ରହି ଆଲୋକ ବିତରି

ବୀର ଦୁନ୍ଦୁଭି ବାଇବ ।




Rate this content
Log in

Similar oriya poem from Inspirational