STORYMIRROR

Kalandi pal

Inspirational

3  

Kalandi pal

Inspirational

ଭକତ ଭିଜେ ତୋହରି ଭାବେ

ଭକତ ଭିଜେ ତୋହରି ଭାବେ

1 min
187


ଟିପି ଟିପି ବର୍ଷା ପାଣି ଧୀରେ ଭେଦେ ଅଙ୍ଗେ

ତୋ ଭାବରେ ଭକ୍ତ ଭିଜେ ପ୍ରଭୁ ସେହି ରଙ୍ଗେ

ଭାବରେ ଭାବରେ ବନ୍ଧୁ ,ତୁହି ଭାବ କୃପାସିନ୍ଧୁ

ଜୋଚ୍ଛନା ସରେ କି କେବେ ଉଦେ ହେଲେ ପୂର୍ଣ୍ଣ ଇନ୍ଦୁ 

ମିଳଇ ଦିବ୍ୟ ଚେତନା ତୋ ଭାବ ତରଙ୍ଗେ ।0।


ତୋ ଭାବରେ ବାନ୍ଧି ହୋଇ ବାଇ ହେଲେ ମିରାବାଈ

ଝୁରି ମରେ ରାଧା ଗୋଇ ତୋ ପ୍ରେମେ ପାଗଳ ହୋଇ

କି ମିଠା ଅଛିରେ କାହ୍ନୁ ତୋ ପ୍ରେମ ନ ଭୁଲେ ମନୁ

ଅମୃତଠୁଁ ମିଠା ଯେଣୁ ଚାଖିଲେ ହଜଇ ତନୁ

କି କିମିଆ କଲୁ ତୁହି ଗୋପବାଳୀ ସଙ୍ଗେ ।୧।


ଝୁରିଲେ ଗୋପି ଗୋପାଳ ଝୁରିଲା ଯମୁନା କୂଳ

ଝୁରଇ ଗୋପେ ଗୋ ବତ୍ସା ଝୁରଇ କଦମ୍ବ ମୂଳ

ରାସ କୁଞ୍ଜ ମନଲୋଭା ଯୁଗଳ ମୂରତି ଶୋଭା

ବଂଶୀ ସ୍ୱନ ଶୁଣି ଅବା ହୁଅନ୍ତି ଗୋପୀଏ ଉଭା

ଜ୍ୱଳନ୍ତ ଅଗ୍ନି ଯେସନେ ଝାସଇ ପତଙ୍ଗେ 

।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational