STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ନିହାତି ଆବଶ୍ୟକ

ନିହାତି ଆବଶ୍ୟକ

1 min
214

ଏ କଳି ଯୁଗରେ ପିଲା ଠାରୁ ବୁଢା

ଟଙ୍କା ଆବଶ୍ୟକ ଥାଏ,

ମାଗଣାରେ ଏଠି ଶୁଦ୍ଧ ଅମ୍ଲଜାନ

ଲୋକ ପୁଣି କିଣୁଥାଏ ।

ଟଙ୍କା ଥିଲା ଲୋକ ସଭାରେ ଜିତୁଛି

ପ୍ରତିଭା ତଳେ ପଡୁଛି,

ଟଙ୍କା ଥିଲା ଲୋକ କଳାକୁ ଧଳା

କରି ସଦା ହସୁଅଛି ।

ଟଙ୍କାର ମହତ୍ବ ବଢି ଚାଲୁଥାଏ

ଟଙ୍କା ନ ଥିଲେ ସେ ହୀନ,

ପରିଚିତ ଏଠି ଅଚିହ୍ନା ଅଜଣା

ଟଙ୍କାରେ ଆପଣାପଣ।

ନ ଥିଲେ ନ ଥାଉ କିଛି ବି ଗୁଣ

ଟଙ୍କା ଥିଲେ ଥାଏ ବଡ଼ପଣ।

କି ବାଇଆ କଲା ଟଙ୍କା ଏଇଠି

ନାଟ ଲାଗିଥାଏ ସବୁଠି,

ଟଙ୍କା ହସୁଥାଏ ମଣିଷକୁ ଦେଖି

ବଙ୍କା କେମିତି ହୋଇଛି।

ଟଙ୍କାର କମାଲ ଦେଖିବ କରିବ

ସଦା ସଚେତନ ଥିଲେ,

ମୁଣ୍ଡକୁ ଖଟାଇ ଟଙ୍କା ବ୍ୟବହାର

ବିପଦ ନ ପଡେ ଭଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational