STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ସୁନା ଠାକୁର

ସୁନା ଠାକୁର

1 min
190

ସୁନା ଠାକୁର ମୋ, ସୁନା ଠାକୁର

   ସୁନ୍ଦର ଦିଶେ, 

  ସୁନା ବେଶ ତୋର....


ଏମିତି ସୁନା ତୁ କାଳିଆ ସୁନା

ତୋ ପାଇଁ ଝୁରେ ମନ ଯମୁନା

ତୋତେ ଛାଡି କେବେ ରହି ହୁଏନା

ସବୁ ତୁଚ୍ଛ ଲାଗେ ତୋହରି ବିନା


ସୁନା ଦିଅଁ ମୋର, ସୁନା ଦିଅଁ ମୋର

  ସୁନ୍ଦର ଦିଶେ ତୋ

  ସୁନା ପୟର......

ସୁନା ଠାକୁର. ମୋ, ସୁନାଠାକୁର..


ଅଭାବୀ ଜୀବନରେ ଭାବ ଲଗାଇଛୁ

ତୋ ଭାବ ବନ୍ଧନେ ବାନ୍ଧି ତୁରଖିଛୁ

ଭାବରେ ଡାକୁଛି ମୁଁ ଯେ ଅନ୍ତରେ

ସୁଖ ଦୁଃଖ ତୁ ଅଛୁ ମୋ ପାଖରେ


ସୁନା ଚାନ୍ଦ ମୋର, ସୁନା ଚାନ୍ଦ ମୋର

   ସୁନ୍ଦର ଦିଶେ

  ସୁନା କିରଟୀ ତୋର...

ସୁନା ଠାକୁର ମୋ ସୁନା ଠାକୁର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy