STORYMIRROR

ASHIS KUMAR SWAIN33

Fantasy Others

4  

ASHIS KUMAR SWAIN33

Fantasy Others

ବସନ୍ତର ବାସ୍ନା

ବସନ୍ତର ବାସ୍ନା

1 min
377

ଉଷ୍ମତାର ଚାଦରତଳେ ପ୍ରେମର ଶୀତଳ ପରଶ

ନିଦ୍ରାର ଝଙ୍କାରରେ ଉଦାତ୍ତ ସ୍ୱରର ସମାବେଶ

ରଙ୍ଗବେରଙ୍ଗର ପ୍ରଜାପତି ଚଳଚଞ୍ଚଳ ପ୍ରେମପ୍ରଣୟରେ

ସମୟ ଡାକୁଛି ହେବାପାଇଁ ସମାବିଷ୍ଟ ତା'ବନ୍ଧନରେ

ମନ ଉପବନ ମହକେ ଗଙ୍ଗଶିଉଳିର ସୁରଭିରେ

କୁହୁଡ଼ିର ଆବରଣ ଆଡେଇ ସମୀରଣ ତନୁ ସ୍ପର୍ଶକରେ।।

 

 

ସୁନେଲି କିରଣେ ଅରୁଣୀମାମୟ ଚତୁର୍ଦ୍ଦିଗ ଦିଶେ

ବାତାୟନ ଫାଙ୍କେ କାଞ୍ଚନ ଅଳସି ମୁରକି ମୁରୁକି ହସେ

ସୁରମୟୀ କୋକିଳର କୁହୁରବେ ଗଞ୍ଜରିତ ଏ ଗଗନ

ଢ଼ଳଢ଼ଳ ଶିଶିରବିନ୍ଦୁ ଚମକେ ହୋଇ ମୁକ୍ତା ସମାନ

ନିର୍ଝରିଣୀର କୁଳୁକୁଳୁ ଶବଦେ ମୃଦୁ ସଙ୍ଗୀତର ମୂର୍ଚ୍ଛନା

ସବୁଜବନାନିର କାନନେ ମନପକ୍ଷୀ ଉଡିବାକୁ ଉନ୍ମନା।।

 

 

ଦୁରଦିଗନ୍ତର ପାଣ୍ଡୁରବଳୟେ ପୂଷ୍ପରାଜିର ସମ୍ଭାର

ନାଲିକୃଷ୍ଣଚୁଡ଼ା ଉପରାଣେ ଆଚ୍ଛାଦିତ ଭୂଦେବୀ ଶରୀର

ପ୍ରୀତି ଅନୁରାଗେ ହୃଦୟ ବିଭୋର ଖେଳିବାକୁ ରଙ୍ଗଅବିର

ଶସ୍ୟକେଦାରର ଉତ୍ତରଙ୍ଗେ ନୃତ୍ୟରତା ସାରାସଂସାର

ବଉଳପାଟର ମୁକୁଳବାସ୍ନାରେ ତୋଷ ହୋଇଯାଏ ମନ

ହୃଦୟ କନ୍ଦରେ ବହଇ ଆବେଗଭରା ଧୁନନ।।

 

 

ଆତ୍ମସନ୍ତୋଷର ବାର୍ତ୍ତା ଭାସଇ ପଲ୍ଲବିତ ପଳାସଫୁଲର ରଙ୍ଗେ

ପ୍ରିତିଫଗୁଣର ଫଗୁ ବରସିଯାଏ ଅଙ୍ଗେ ଅଙ୍ଗେ

ପାଗଳଭ୍ରମର ଆନନ୍ଦେ ଉଡ଼ଇ ଫୁଲରୁ ପରାଗ ଚୋରେଇ

ସ୍ଵପ୍ନଭରିଦିଏ ଋତୁରାଜ ଏଠି ସପନରାଇଜେ ନେଇ

ମନେ ଭରେ ଉନ୍ମାଦନାର ଛାୟା ରାତ୍ରିର ରାଗିଣୀ ଜୋସ୍ତ୍ନା

ବିନା ଅତରରେ ମହକେ ଧରଣୀ ଝରିପଡେ ବସନ୍ତର ବାସ୍ନା।।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy