ହେ କବିତା,ତୁମେ ମୋ ଜୀବନ
ହେ କବିତା,ତୁମେ ମୋ ଜୀବନ
ଛଳଛଳ ତୁମେ ଧାରା ଗୋ ଅକ୍ଷରା
କବିତା ସ୍ବଚ୍ଛ ସଲୀଳା
ତୁମେ ମୋ ଜୀବନ ମଧୁର ସ୍ବପନ
ତୁମେ ମୃତ୍ଯୁ କ୍ଲାନ୍ତି ହରା ।
ସବୁଜ ସୁନ୍ଦର ତୁମେ ସୁଶୀତଳ
କଳ୍ପବଟ ମହାବୃକ୍ଷ
ମୋ ମନ ଆକାଶେ ତୁମେ ଧ୍ରୁବତାରା
ଢାଳ ଜ୍ଯୋତି ଶୁଭ୍ରାଲୋକ ।
ଅହର୍ନିଶ ତୁମେ ଆହ୍ଲାଦ ହୃଦୟ
ଦିଅ ଅନ୍ତରଙ୍ଗ ସ୍ପର୍ଶ
ସଳିତାଟି ପରି ନିଜେ ଜଳି ଦିଅ
ଆଲୋକ ଶିକ୍ଷା ଆଦର୍ଶ ।
ମନ ଉପବନ ନିକୁଞ୍ଜ କୁଞ୍ଜରେ
ତୁମେ ସଜଫୁଟା ଫୁଲ
ଗୁନ୍ଥେ ମୁଁ ସଯତ୍ନେ ମହକିତ ଦିବ୍ଯ
ସୁମନେ ବିଜୟ ମାଲ୍ଯ ।
ନିର୍ଝର ଅମୃତ କାବ୍ଯ ମନ୍ଦାକିନୀ
ସ୍ତୋତ୍ର ମନ୍ତ୍ର ଶ୍ଳୋକ ସୂତ୍ର
ସ୍ମୃତି ହୋଇ ତୁମେ ପ୍ରାଣକୁ କବିତା
ଜୀବନ୍ତ ରଖ ସୁନ୍ଦର ।
ଜ୍ଞାନ ବେଦଶାସ୍ତ୍ର ପୁରାଣ ପ୍ରସ୍ଥାନେ
ଛନ୍ଦ ତୁମେ ସଞ୍ଜିବୀତ
କବିତା ଗୋ ତୁମେ ଶକ୍ତି ଭାବକଳ୍ପ
ପ୍ରେମ ଚିରନ୍ତନ ସତ୍ଯ ।