STORYMIRROR

Sasmita Dash

Fantasy

4  

Sasmita Dash

Fantasy

ବସନ୍ତ ଥାପିଛି ପାଦ

ବସନ୍ତ ଥାପିଛି ପାଦ

1 min
418


ଶୀତକୁ ମେଲାଣି ଦେଇ ଋତୁରାଜ

         ବସନ୍ତ ଥାପିଛି ପାଦ,

ପତ୍ରଝଡା ଯେତେ ଥୁଣ୍ଟା ତରୁ ଗଣ

        ହୋଇଛନ୍ତି ପଲ୍ଲବିତ....।।

ଫଗୁଣ ପରଶେ ମହକି ଉଠୁଛି

        ଆମ୍ବ ବଉଳର ବାସ୍ନା,

କୃଷ୍ଣଚୂଡ଼ା ରଙ୍ଗ ଚହଟି ଉଠୁଛି

       ଅବନୀ ନବ ଯୌବନା......।।

ପଞ୍ଚମ ତାନରେ କୋକିଳର କୁହୁ

       ଆନନ୍ଦ ଖେଳାଏ ମନେ,

ମୃଦୁ ଗୁଞ୍ଜନରେ ମଧୁପ ଉଡ଼ଇ

       ନାନାଦି ପୁଷ୍ପ ଉଦ୍ୟାନେ.....।।

ଶିବରାତ୍ରୀ ଦୋଳ, ଶ୍ରୀରାମ ନବମୀ

      ରଙ୍ଗର ପରବ ହୋଲି,

ନାନାଦି ପରବ ସଙ୍ଗତେ ନେଇକି

      ଆସିଛି ବସନ୍ତ ବୁଲି......।।

ଟଗର ତରାଟ ମନ୍ଦାର ଫୁଟନ୍ତି

     ବାସ ମହକାଏ ମଲ୍ଲୀ,

ରଙ୍ଗ ବେରଙ୍ଗର ପ୍ରଜାପତି ଗଣ

     ଆସନ୍ତି ତା ପାଶେ ଢଳି.....।।

କିମିଆଁ କରଇ ମଳୟର ବାଆ

     ପୁଲକ ଭରଇ ପ୍ରାଣେ,

ତା ମିଠା ପରଶେ ନବ ଉଦ୍ଦୀପନା

     ଜାଗଇ ତରୁଣ ମନେ...,..।।

ମହୁଲ ଫୁଲର ବାସ୍ନା ଛୁଟି ଆସେ

      ବସନ୍ତର ହିଲ୍ଲୋଳରେ,

ରକ୍ତ ବର୍ଣ୍ଣର ପଳାସ ଫୁଲଟି

      ମନକୁ ମୋହିତ କରେ....।।

ଦୋଳ ଗୋବିନ୍ଦଙ୍କ ବିମାନ ମେଳଣ

      ଶ୍ରୀରାଧା ଶ୍ରୀକୃଷ୍ଣ ଭେଟ,

ମଧୁମାସ ପ୍ରୀତି ମଧୁମୟ ଗୀତି

      କୁମ୍ଭାଟୁଆ କରେ ଭାଟ.....।।

ବସନ୍ତ ଆସିଛି ପ୍ରେମର ଅବିରେ

      ପାରି ରଙ୍ଗର ପଣତ,

ଋତୁର ପ୍ରବାହ ଜୀବନ ମରୁରେ

      ରସ ଭରେ ଅପ୍ରମିତ.....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy