ଲାବଣ୍ୟା
ଲାବଣ୍ୟା
ତୁମକୁ ଦେଖିଲି,
ହଜିଗଲା ମନ,
ସ୍ପନ୍ଦନ ବୁଝିଲି,
ଯେ ପ୍ରେମ !!
ତୁମକୁ ଦେଖୁ ଦେଖୁ ରହିଲି,
ଲାବଣ୍ୟା କିଏ ଏବେ ଜାଣିଲି ,
ପ୍ରଣୟ କ'ଣ ଏବେ ବୁଝିଲି,
ପ୍ରେୟସୀ କିଏ ଏବେ ଚିହ୍ନିଲି !
ଏହା କି ନବ୍ୟ ହେଲା ମୋ ଜୀବନେ,
ଏହା ତ ଭବ୍ୟ ହେଲା ମୋ ଯୌବନେ !
ଦେଖୁଛି ତୁମକୁ ମୁଁ ସପନେ,
ଆଙ୍କିଛି ତୁମ ଛବି ମୋ ମନେ,
ରୁହ ତୁମେ ମୋହରି ଭବନେ,
ରହିବି ତେବେ ମୁଁ ଏ ଭୁବନେ !
ଚିନ୍ତନ କରୁଛି ମୁଁ,
ମନନ କରୁଛି ମୁଁ,
ତୁମ ସାହା କେମିତି ମୁଁ ପାଇବି,
ଉପନ ଖୋଜୁଛି ମୁଁ,
ଚୟନ କରୁଛି ମୁଁ,
ତୁମ ହସ କେମିତି ମୁଁ ଦେଖିବି !
ତୁମ ସ୍ମିତହାସ୍ୟରେ,
ତୁମ ମଧୁ ସୁସ୍ୱରେ ,
ଖୁସି ଦିଶିଲା ତୁମରି ବଦନେ,
ତୁମ ବିରହ ଯେ,
ତୁମ ଦୂରତା ଯେ,
ଆକୁଳତା ଭରିଲା ମୋ ଆନନେ !
ତେଣୁ ମୋ ପ୍ରେମକଥା ବୁଝ ତୁମେ,
ଆଉ ମୋ ପ୍ରେମଗୀତ ଶୁଣ ତୁମେ !!
ତୁମକୁ ଦେଖୁଦେଖୁ ରହିଲି,
ଲାବଣ୍ୟା କିଏ ଏବେ ଜାଣିଲି ,
ପ୍ରଣୟ କ'ଣ ଏବେ ବୁଝିଲି,
ପ୍ରେୟସୀ କିଏ ଏବେ ଚିହ୍ନିଲି ! !
ତୁମକୁ ଦେଖିଲି,
ହଜିଗଲା ମନ,
ସ୍ପନ୍ଦନ ବୁଝିଲି,
ଯେ ପ୍ରେମ !!

