STORYMIRROR

Aditya Mohanty

Fantasy Inspirational Others

4  

Aditya Mohanty

Fantasy Inspirational Others

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
370

ଭିନ୍ନ ପରିବେଶେ ଜନମ ମୋହର

ଭିନ୍ନ ମୋ ଜୀବନ ଶଇଳୀ

ଜାତି ନିୟମ ରୁ ଅଲଗା ମୁଁ ଚାଲେ

ମନର ଇଚ୍ଛା ସମ୍ଭାଳି ।


ମୁଁ ଜରୁରୀ ହୁଏ ଆବଶ୍ୟକ ହେଲେ

ପାଛୋଟଇ ସେବେ ମାଳି

ନହେଲେ ନିଶ୍ୱର ପଡ଼ି ରହିଥାଏ

ହେବାପାଇଁ କେବେ ଧୂଳି ।


ବାସ୍ନା ପାଇ ମୁଣ୍ଡ ନୁଆଁଇ ଚାହାନ୍ତି

ମୁଁ ହୁଏ ପଛେ ଯେତେ ମଳି 

ମୋ ବାସ୍ନା ରେ ନିଜ ମନ ମହକାଇ

ମୋତେ ପାଦରେ ଦିଅନ୍ତି ଦଳି ।


ତଥାପି ହସେ ମୁଁ ନିତି ସକାଳ ରେ

ଆଶାର ସୁରୁଜ ଭଳି

ପଚାରିଲେ କୁହେ ମୁଇଁ ଅଭାଗିନୀ

ନାଁ ମୋ ଗଙ୍ଗଶିଉଳି ।


Rate this content
Log in

Similar oriya poem from Fantasy