STORYMIRROR

Aditya Mohanty

Inspirational

3  

Aditya Mohanty

Inspirational

ମଣିଷ ଜନମ

ମଣିଷ ଜନମ

1 min
193

ମଣିଷ ଜନମ ଦୁଇଟି ଦିନରେ

ଷୋହଳ ପ୍ରହର ଲୀଳା

ପନ୍ଦର ପ୍ରହର ଜିଇଁ ଗଲା ପରେ

ତିନି ଘଡି ଆଜି ଗଲା ।


ପରିବାର ପରିବେଶ ପାଇଁ ବଞ୍ଚି

ଶେଷରେ ବୁଡିଲା ଭେଳା

କହିଲେ ସେମାନେ ଗନ୍ଧ ହେବ ଦେହ

ଶୀଘ୍ର କାଠ କାଟି ଜଳା ।


ଜନେ ପଚାରିଲେ ଦୁଇଟି କଥା

କେବେ ଓ କେମିତି ହେଲା

ଜୀବନେ ନିନ୍ଦି ସେ ପଛରେ କହିଲେ

ଭଲ ଲୋକ ଟିଏ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational