ମଣିଷ ଜନମ
ମଣିଷ ଜନମ
ମଣିଷ ଜନମ ଦୁଇଟି ଦିନରେ
ଷୋହଳ ପ୍ରହର ଲୀଳା
ପନ୍ଦର ପ୍ରହର ଜିଇଁ ଗଲା ପରେ
ତିନି ଘଡି ଆଜି ଗଲା ।
ପରିବାର ପରିବେଶ ପାଇଁ ବଞ୍ଚି
ଶେଷରେ ବୁଡିଲା ଭେଳା
କହିଲେ ସେମାନେ ଗନ୍ଧ ହେବ ଦେହ
ଶୀଘ୍ର କାଠ କାଟି ଜଳା ।
ଜନେ ପଚାରିଲେ ଦୁଇଟି କଥା
କେବେ ଓ କେମିତି ହେଲା
ଜୀବନେ ନିନ୍ଦି ସେ ପଛରେ କହିଲେ
ଭଲ ଲୋକ ଟିଏ ଥିଲା ।
