ପଖାଳ
ପଖାଳ
କି ସଞ୍ଜ ସକାଳ ସବୁଦିନ ମନ
ପଖାଳ କୁ ଝୁରୁଥାଏ
ଦିନଟିଏ ତାକୁ ଛାଡି ହୁଏନାହିଁ
ପଖାଳ ପ୍ରେମୀ ମୁଁ କହେ ।
ଓଡ଼ିଆ ଘରର ମହତ ପଣିଆ
କଂସାରେ ପଖାଳ ଭାତ
ବଢ଼ି ଚୁରା ସାଥେ ଶାଗଭଜା କିଛି
ଆମପାଇଁ ପ୍ରିୟ ସେତ ।
ବାଇଗଣ ପୋଡା ଚଟଣି ସୁଆଦ
ବୋଉ ହାତ ମାଛଭଜା
ସକାଳୁସକାଳୁ ପେଟରେ ପଡିଲେ
ଭାବେ ମୁଁ ନିଜକୁ ରାଜା।
ଭାତ ଖାଇନିତୀ ହାତ ପୋଛିଦିଏ
ବୋଉ ପଣତ ରେ ଯାଇ
ବୋଉ କହୁଥାଏ ହେବୁନି ଚଗଲା
ପାଠ ପଢୁଥିବୁ ମନଦେଇ ।
ବଡ଼ ଲୋକି କଥା ଦେଖଣା ଦରବ
ଆମପାଖେ କିଛି ନାହିଁ
ହେଲେ ପଖାଳ କଂସାରେ ଆମରି ଆଦର
ତାପରି କୁହକିଏ ଅଛି ଭାଇ ।
ବିଲହୀଡେ ମୁଁ ଭାତ ନେଇଚାଲେ
ମୋ ବାପା ଖାଇବା ପାଇଁ
ଅତି ଯତନରେ ବୋଉ ବାନ୍ଧି ଦିଏ
କଂସାରେ ପଖାଳ ଭାତ ।
ଘୋଟଣା ଟୋକେଇ ଫିଟାଇଦେଲେ
ବାପା ଦେଖି ଖୁସି ବୋହୁତ
ମନ ବୁଝିକରି ପେଟ ଭରି ହୋଇ
ପଖାଳ ଭାତ କୁ ଖାଇ ।
ମନ ଆନନ୍ଦ ରେ ଆମ୍ବ ଗଛ ମୂଳେ
ଟିକିଏ ପଡନ୍ତି ଶୋଇ
ଚଷା କୂଳେ ପରା ଜନମ ହୋଇଛୁ
ଚାଷ ତ ବେଉସା ଆମର ।
ବରଷକ ଆମେ ଖଟୁଥାଉ ନୀତି
ଖରା ବରଷା କାକର ଶୀତେ ଥାଇ
ଆମେ ଯେ ଓଡ଼ିଆ ସବୁଠୁ ବଢିଆ
ନିଆରା ଜୀବନ ଆମର
ଆମରି ମହତ ବୁଝିଥାଏ ନୀତି
ପଖାଳ କଂସା ଆମର ।
