ପ୍ରେମ
ପ୍ରେମ
ଅନାହୁତ ଅପ୍ରତ୍ୟାଶିତ
ଅଥଚ ସ୍ଥିରୀକୃତ
ଅମୀମାଂସିତ ଅସମାହିତ
କିନ୍ତୁ ସମର୍ପିତ.......l
ଅସଂଗଠିତ ଅତର୍କିତ
ଅଥଚ ସମୁ୍ଚିତ
ଅସୁରକ୍ଷିତ ଅଯାଚିତ
କିନ୍ତୁ ସାର୍ବଜନବିଦିତ...l
ଅଫେରା ଅଜଣା ଅଶୁଣା
ଅଥଚ ଉତ୍ସାର୍ଗୀକୃତ
ଅନିୟମିତତା ଅପରିପକ୍ଵତା
କିନ୍ତୁ ଆହ୍ଲାଦିତ........l
ଅସଜଡ଼ା ଅସୁମାରୀ
ଅଥଚ ବିମୋହିତ
ଅକୁହା ଅବିଶ୍ରାନ୍ତ
କିନ୍ତୁ ବିଦଗ୍ଧ ବିଚଳିତ.....ll
ଅସାଧାରଣ ଅଵଗୁଣ୍ଠନ
ଅଥଚ ଚିର ଶାଶ୍ୱତ
ଅଖୋଜା ଅବିସ୍ମରଣୀୟ
କିନ୍ତୁ କଳ୍ପନାତୀତ......l
ଅତୁଟ ଅକଥନୀୟ
ଅଥଚ ଆଶ୍ଚର୍ଯ୍ୟ ରହିତ
ଅବୁଝା ଅବର୍ଣ୍ଣନୀୟ
କିନ୍ତୁ ଆକର୍ଷିତ..........ll
ଅମର ଅନିର୍ଵାଣ
ଅଥଚ ଆଲୋଡିତ
ଅସୀମ ଅସ୍ପଷ୍ଟ
କିନ୍ତୁ ସମାଲୋଚିତ.......l
ଅପୂର୍ବ ଅନଙ୍ଗ ଅପରିହାର୍ଯ୍ୟ
ଇନ୍ଦ୍ରଭୁବନର ପାରିଜାତ
ପ୍ରୀତିକନ୍ୟା ସେ ପୂର୍ଣ୍ଣମାସୀ
ପ୍ରଣୟର ପ୍ରତିରୂପ ସେ "ପ୍ରେମ" ll
