ପୁକାରେ ଫଗୁଣ
ପୁକାରେ ଫଗୁଣ
ପୁକାରେ ଫଗୁଣ ଆସ ମଧୁକର
ପ୍ରିୟ ବନ୍ଧୁ କବିବର
ଉଡି ଶବ୍ଦଫୁଲେ ସଂଗ୍ରହ ତଲ୍ଲୀନେ
ଜ୍ଞାନ ରସ ସୁମଧୁର ।
ବିମୁଗ୍ଧେ ସାଗ୍ରହେ ଆସ ଯୋଡି ମନ
ଗଢ ସୁସାହିତ୍ଯ ମଞ୍ଚ
ସଂପ୍ରସାରି ଭାବ ମୈତ୍ରୀ ସଦ୍ଭାବନା
ସୁନିଶ୍ଚିତ କର ଲକ୍ଷ୍ଯ ।
ଥାଅ ପାଶେ ଅବା ଯେତେ ଦୂରେ ବନ୍ଧୁ
ନିବିଡ ଭାବ ବନ୍ଧନ
ପଢି ବୁଝିଗଲେ ହୃଦ କଥା ବ୍ୟଥା
ମନର ହୁଏ ମିଳନ ।
ସ୍ପନ୍ଦନ ହୁଅଇ ପ୍ରତିଟି ଶବଦ
ଦରଦୀ ହୃଦୟ ପ୍ରାଣେ
ଅନ୍ବେଷେ ସାହିତ୍ଯ ସମ୍ଭାବନା ସତ୍ଯ
ନିନାଦେ ଶବ୍ଦ ସଘନେ ।
ସୁମନ ସୁବାସେ ହୁଅ ନିମଜ୍ଜିତ
ଫଗୁଣ ରଙ୍ଗ ପରାଗେ
ଭରିଦିଅ ମୃଦୁ ମଧୁର ମୂର୍ଚ୍ଛନା
ସ୍ନେହପ୍ରେମ ଅନୁରାଗେ ।
ବସୁଧାକୁ ମଣ କୁଟୁମ୍ବ ଗୋଟିଏ
ଆତ୍ମିୟ ସ୍ବପରିଜନ
ନିଅ ସୁସଙ୍କଳ୍ପରତ ହୁଅ କର୍ମେ
ସୃଜନରେ ଦିଅ ଧ୍ଯାନ ।