STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ବୋଉ

ବୋଉ

1 min
390


ବୋଉ ମୋର ଗୋଟେ ନିପଟ ମଫସଲି

କୁଞ୍ଚ କରି ଲୁଗା ପିନ୍ଧିବା ସେ ଯାଣେ ନାହିଁ 

ଗଣିବାର ଗ ଅକ୍ଷର ସେ ଜାଣେ ନାହିଁ 

ରୁଟି ଯେବେ ଗୋଟେ ଦେ ମୁଁ ମାଗିଲେ

ଦୁଇଟା ସେ ଦେଉଥାଇ,

ଗଣିବାର ଗ ଅକ୍ଷର ସେ ଜାଣେ ନାହିଁ ।


ବୋଉ ମୋର ନିତି ବଡି ସକାଳରୁ ଊଠେ

ଗୋବର ମାଟିରେ ଘର ସାରା ଲିପେ ପୋଛେ

ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ 

ରାତି ଚୁଲି ନିଆଁ ଘଡି ମୁଗୁଲି କୁ

ଦିଏ ଆଣି ସେ ଖୁଆଇ

ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ ।


ଆଜି କାଲି ଆଉ ବୋଉ କୁ ଦେଖା ଯାଉନି

ଡଉଲ ଡାଉଲ ରୂପ ମୋ ଦେଖି ପାରୁନି

ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ

ଯେତେ ବଳ ବପୁ ହେଉ ମୋ ପଛକେ

ତାକୁ ତ ଦେଖା ନ ଯାଏ

ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ ।


ବୋଉର ଏମିତି ପାସୋରା ଗୋଟାଏ ମନ

ଖାଇ ଥିଲେ କହେ କିଛି ଖାଇନି ମୋ ଧନ

ବେଳକୁ ବେଳ ସେ ସବୁତ ପାସୋରି ଦିଏ

ପେଟ ପୁରା ଖୋଇ ଟିକେ ପରେ ପୁଣି

କିଛି ମୁଁ ଖାଇନି କହେ

ବେଳକୁ ବେଳ ସେ ସବୁତ ପାସୋରି ଦିଏ ।


ମରିବା ପାଇଁ କି ବାଟ ତ ଅନେକ ଅଛି

କେଉଁ ଉପାୟରେ ମରିବ ଅନେକ କିଛି

ଜନମ ନେବାକୁ ଏକମାତ୍ର ସେହି ମାଆ

ନିରାଶା ଅନ୍ଧାରେ ଆଲୋକର ରେଖା

ବିପଦ କାଳର ସଖା

ଜନମ ନେବାକୁ ଏକମାତ୍ର ସେହି ମାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy