STORYMIRROR

Puja Pradhan

Fantasy Inspirational

4  

Puja Pradhan

Fantasy Inspirational

କବି

କବି

1 min
317

କବିର କବିତା ଦୁଇପଦ ଲେଖା

 ପଢିକେ ଭୂଲି ପାରେନି

ଅଜଣା ରାଇଜେ ଦୂରେ ଥାଉପଛେ

  ଲେଖକ ମଣ୍ଡଳେ କରତାଳି l

କି ଛୋଟିଆ ପ୍ରଶଂସା କାହାଠାରୁ

  କବି କିଛି ଚାହେଁନି

ମନର ଭାବନା ଚିନ୍ତା ଓ ଚେତନା

  କଲମ କାଳିରେ ଦିଏସେ ଭରି l

ସାଧା କାଗଜରେ ଦୁଇ ଧାଡି ଲେଖା

  ଲେଖୁଥାଏ ବସି ମନରେ ଅନେକ ସରଧା ଭରି

ତରୁ ବୃକ୍ଷ୍ୟଲତା ଗହନ କାନନ

 ଝରଣା ପର୍ବତ ଆକାଶର ଶଶୀ l

ତରକା ମେଳରେ ଜୋଛନା ର ହସ

  ସଂସାର ଚଳଣି ଘରର କାହାଣୀ

ଦୁଇ ବନ୍ଧୁମିତ ସାଥୀସାଙ୍ଗ ଗୀତ 

  ଏସବୁ ସାଉଁଟି ଏକାଠି ଆଣି l

 ଇଶ୍ୱର କୁ ମନେ ସ୍ମରଣ କରି 

   ଲେଖିଥାଏ ଗୀତ କଥା ଓ କବିତା

 ଯାହା ଲେଖୁ ଥାଆନ୍ତି ପ୍ରଭୁ ଇଛା ତାଙ୍କରି

 ମାଟିର ମଣିଷ ଆମେ ସବୁ ଅଟୁ l

   ଲୀଳାମୟ ପ୍ରଭୁ ହେ ଶ୍ରୀକ୍ଷେତ୍ର ବାସି

 ତୁମକୁ ମନରେ ଚିନ୍ତୁଥାଏ କବି

   ତୁମଛବି ଅଛି ମନରେ ମୋର

  ତୁମରି ରଚନା କରି ମୁଁ ଭାବନା

   ଦୁଇ ଧାଡି କିଛି ଲେଖିଛି ବସି l

  

 

   


Rate this content
Log in

Similar oriya poem from Fantasy