STORYMIRROR

Upendra prasad Mahala

Fantasy Others

3  

Upendra prasad Mahala

Fantasy Others

ଶବ୍ଦବ୍ରହ୍ମ

ଶବ୍ଦବ୍ରହ୍ମ

1 min
264


ଶବ୍ଦ ହିଁ ସ୍ବୟଂ ବ୍ରହ୍ମ
ଶାଶ୍ବତ, ସନାତନ
ଅନନ୍ତ, ଅଣାକାର
ଆଦି ଓଁ କାର ଧ୍ବନି
ଅହରହ ସଞ୍ଚରୁଥାଏ
ମନ୍ତ୍ରାୟିତ କରୁଥାଏ
ଭୂମିରୁ ଭୂମା ଯାଏ।
ଶବ୍ଦ ତରଂଗ ଛନ୍ଦରେ
କମ୍ପୁଥାଏ ସସାଗର
ଧରା, ଶୂନ୍ୟ ମାଧ୍ୟମ।


ଶବ୍ଦରେ ଗଢିଉଠେ ଭାବର
ସଂଯୋଗ ସେତୁ, ନିରନ୍ତର
ହୃଦୟରୁ ହୃଦୟ ଛୁଉଁଥାଏ
ଶିଶୁର କାନ୍ଦ ଓ ହସରେ
ଲୁଚିଥାଏ ଶବ୍ଦବ୍ରହ୍ମ
ସାଗର ଢେଉ, ପକ୍ଷୀଙ୍କ
କାକଳି, ଭ୍ରମର ଗୁଞ୍ଜନ,
ଯନ୍ତ୍ର ଧ୍ବନି ଭଳି ପ୍ରାକୃତିକ,
ଅପ୍ରାକୃତିକ ରୂପରେ
ସବୁଠି ଚହଟୁଥାଏ।
ପ୍ରକୃତି, ବସ୍ତୁ, ଶୂନ୍ୟ,
କ୍ରିୟାର ଧାରଣା ଦିଏ ।


ଆଧୁନିକ ଚିକିତ୍ସା ବିଜ୍ଞାନ
ପରାଶ୍ରୁତ ଧ୍ବନିରେ ରୋଗ
ଚିହ୍ନଟ ଓ ନିଦାନ କରେ।
ସୂକ୍ଷ୍ମଧ୍ବନି ତତ୍ତ୍ବ ସାଗରର
ଗଭୀରତା ଓ ଆକାଶର
ଦୂରତା ମାପି ପାରେ।
ଶବ୍ଦ ସାତ୍ତ୍ବିକ, ତାମସିକ,
ରାଜସିକ ଗୁଣର ବାହକ,
ଆନନ୍ଦ ଓ ସର୍ଜନାର ମୂଳ
ଉତ୍ସ, ପ୍ରାଣଶକ୍ତିର ଆଧାର,
ଶବ୍ଦର ବସ୍ତୁତ୍ବ, ଗାମ୍ଭୀର୍ଯ୍ୟ ,
ଆକର୍ଷକ ବଳ ଜଗତକୁ
ନିତ୍ୟନୂତନ ଛନ୍ଦରେ ବାନ୍ଧେ।


ଶବ୍ଦ ମନଭୂମିକୁ ଅଭିମନ୍ତ୍ରିତ 
କରେ, ଲେଖନୀ ମୂନରୁ
ଝରି ଶବ୍ଦଭଣ୍ଡାର ପୃଷ୍ଟ କରେ।
ସୃଜନଶୀଳତାର ସନ୍ଦେଶ
ନିରନ୍ତର ଦେଉଥାଏ।
ଶବ୍ଦ ଭାଂଗିପାରେ, ଗଢି ବି
ପାରେ , କ୍ରାନ୍ତି ଆଣିପାରେ
ସାରସ୍ବତ ସର୍ଜନାକୁ
କାଳଜୟୀ ରୂପ ଦିଏ।


ଶୂନ୍ୟରୁ ନିୟତ ଶୁଭୁଥାଏ
ବ୍ରହ୍ମନାଦ, ଅଦୃଶ୍ୟ ତରଂଗ
ଖେଳୁଥାଏ ମାଟିରୁ ଆକାଶ
ଶବ୍ଦବ୍ରହ୍ମର ଦିବ୍ୟ ରୂପାନ୍ତରଣ
ହେଉଥାଏ ସାରସ୍ବତ ସ୍ରଷ୍ଟାଙ୍କ
ସୃଜନଶୀଳ ମନ୍ତ୍ରରେ।
ଶବ୍ଦର ରହସ୍ୟମୟ ଅମାପ
ଶକ୍ତି ପୁଷ୍ପବତୀ ହୁଏ ରମ୍ୟ
ଭାଵଚେତନାରେ ।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy