STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

କାଳିଆ ର ଅଧର ପଣା

କାଳିଆ ର ଅଧର ପଣା

1 min
228

କାଳିଆ ସୁନାର ଅଧର ପଣା ଲୋ

    ଦେଖି ଯିବା ସଜନୀ

ଧନ୍ୟ ହୋଇଯିବା ଆଖିରେ ଦେଖିବା

    ରଥେ ଅଛି କ୍ଷେତ୍ର ମଣି

କାଳିଆ ସୁନାର ଅଧର ପଣା ଲୋ.....।


ଯାଇଥିଲା ସିଏ ନଅ ଦିନ ପାଇଁ

ଆସିଅଛି ସାଥେ ଭାଇ ଭଗ୍ନି ନେଇ

ବାହୁଡା଼ ଯାତରେ ବାହୁଡ଼ି ସେ ଆସିଛି

ଯାତରା କରି ସେ ଥକି ତ ଯାଇଛି

ଆହା କି ସୁନ୍ଦର ମୂରତି ତାହାର

ମନ ଲୋଭା ତା ଚାହାଁଣି

କାଳିଆ ସୁନାର ଅଧର ପଣା ଲୋ....।

ପଣା ପିଇବାକୁ ଶରଧା ତାହାର

ପଣା ଛୁଇଁ ଦେବ ଅଧର କୁ ତାର

ପଣ୍ଡା ମାନେ ପଣା ହାଣ୍ଡିକୁ ଭାଙ୍ଗିବେ

ସବୁ ଦେବତା ପଣା ପାନ କରିବେ

ରଥକୁ ଦେଖିବୁ  ସଂସାରୁ ତରିବୁ

ଭାବରେ ନେବ ସେ ଟାଣି

କାଳିଆ ସୁନାର ଅଧର ପଣା ଲୋ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy