STORYMIRROR

Prafulla Chandra Mishra

Romance Fantasy

3  

Prafulla Chandra Mishra

Romance Fantasy

ତୁମେ ଅପହଞ୍ଚ ମୋ ପାଇଁ

ତୁମେ ଅପହଞ୍ଚ ମୋ ପାଇଁ

1 min
299


ତୁମେତ ଅଥଳ ଜଳରେ ପ୍ରସ୍ଫୁଟିତ କଇଁ

ହାତ ବଢ଼ାଏ ମୁଁ ସରସୀ କୂଳରେ ଥାଇ 

ତୁମକୁ ଛୁଇଁବା ପାଇଁ , 

କିନ୍ତୁ ତୁମେ ଅପହଞ୍ଚ ମୋ ପାଇଁ 

ତୁମ ଖିଲି ଖିଲି ହସେ ରାକା‌-ରଜନିରେ

ମୋ ମନକୁ ନେଉଛ ମୋହି

ତୁମେ ଅପହଞ୍ଚ ମୋ ପାଇଁ ।।


ଜହ୍ନର ଯୋଛନା ଜାଳେ କାମନାର ନିଆଁ

ଏକାନ୍ତ ମୂହୁର୍ତ୍ତେ ମନେ ଅନେକ ଭାବନା

ତୁମେ ନୀରବେ ରହିଛ ଚାହିଁ

ମୁଁ ଚଞ୍ଚଳ ପ୍ରଗଳ୍-ଭ ମାଟିର ମଣିଷ 

ଅସ୍ଥିର ଜୀବନ କେତେ ବା ଆୟୁଷ

ତୁମେ ସମ୍ମୋହିତ କର ସହୀ

କିନ୍ତୁ ତୁମେ ଅପହଞ୍ଚ ମୋ ପାଇଁ ।।


ତରଙ୍ଗ ଦୋଳାରେ ହୋଇ ଦୋଳାୟିତ

ସତେଅବା ହାତଠାରି ଡାକୁଛ କି ମିତ

ଅବୁଝା ମୁଁ ବୁଝି ପାରେ ନାହିଁ

ତୁମ ମନ ତୁମ ଅନୁଭବ ଯାଣିବି କେମିତି

“ପ୍ରଲୁବ୍ଧ ମୁଁ ତୁମ ମନ୍ଦ୍ରହସେ” “ତୁମେତ ଏମିତି-

କହିଯାଅ କେତେ କଥା” ନକହି ନକହି

ହେଲେ ମୋର ବୁଝିବା ଶକ୍ତି ଅବା “କାହିଁ-

ସହୀ” ତୁମେ ଅପହଞ୍ଚ ମୋ ପାଇଁ ।। 


ଅନନ୍ତ ପ୍ରେମର ୟେ ଏକ ଅବୁଝା କାହାଣୀ

ଫୁଲଶରେ ଜର୍ଜରିତ ଅମୀୟ ଶରଣୀ

ବୁଝ କି ନବୁଝ କିଛି ଯାଏ ଆସେ ନାହିଁ

ପାଗଳ ପ୍ରେମିକ ଟିଏ 

ତା’ର ଭାବନାର ଅନ୍ତ ନାହିଁ

କୁମୁଦିନୀ, ଜହ୍ନ ଆଉ ଏ ରାକା-ରଜନି

ସବୁ ର ଶ୍ରଷ୍ଠା ସେଇ ଅଚିହ୍ନା ବିଶ୍ଵ ଚିନ୍ତାମଣି

କେମିତି ଛୁଇଁବି, ସେତ ଅପହଞ୍ଚ ମୋ ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance