STORYMIRROR

Arjun Sahu

Abstract Fantasy Inspirational

3  

Arjun Sahu

Abstract Fantasy Inspirational

ରଥ ପ୍ରିୟ ଜଗନ୍ନାଥ

ରଥ ପ୍ରିୟ ଜଗନ୍ନାଥ

1 min
295

ରଥ ପ୍ରିୟ ତୁମେ ହେ ଜଗନ୍ନାଥ 

ରଥେ ବସି ଆଜି କରୁଛ ଯାତ

ଚାରି ଯୁଗେ ନନ୍ଦିଘୋଷ ନ ଛାଡିଛ

ପୁରାଣ କଥା ମୁଁ କରେ ବ୍ୟକତ

ସତ୍ୟ ଯୁଗେ ତୁମେ ପ୍ରହ୍ଲାଦ ତପରେ

ତୁଷ୍ଠେ ନନ୍ଦିଘୋଷେ ବସିଥିଲତ

ରଥପ୍ରିୟ ତୁମେ ହେ ଜଗନ୍ନାଥ 

ତ୍ରେତୟା ଯୁଗରେ ପିତୃ ସତ୍ୟ ପାଳି

ଭାଇ ଭାର୍ଯା ସଙ୍ଗେ ବୁଲିଲ ବନ

ସୀତା ହରିନେଲା ଲଙ୍କାର ରାବଣ

ନନ୍ଦିଘୋଷେ ବସି କଳିଲ ଯୁଦ୍ଧ 

ରଥପ୍ରିୟ ତୁମେ ହେ ଜଗନ୍ନାଥ 

ଦ୍ବାପର ଯୁଗରେ କୁରୁକ୍ଷେତ୍ର ଯୁଦ୍ଧେ

ନନ୍ଦିଘୋଷ ରଥେ ହୋଇ ସାରଥି

ରଥି ଅର୍ଜୁନରେ ଗୀତାଜ୍ଞାନ ଦେଇ

ଯୁଦ୍ଧେ କୁରୁବଳ ଧ୍ବଂସି ଥିଲତ

ରଥପ୍ରିୟ ତୁମେ ହେ ଜଗନ୍ନାଥ 

ଏ କଳିଯୁଗରେ ନନ୍ଦିଘୋଷ ମୋହ

ଛାଡି ପାରିନାହଁ ହେ ଜଗନ୍ନାଥ 

ଘୋଷଯାତ୍ରା କାଳେ ନନ୍ଦିଘୋଷେ ବସି

ପତିତ ଜନରେ ଦିଅ ମୁକତ

ରଥପ୍ରିୟ ତୁମେ ହେ ଜଗନ୍ନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract