STORYMIRROR

Arjun Sahu

Fantasy

3  

Arjun Sahu

Fantasy

ଧରାକୁ ଆସିଛି ହୋଲି

ଧରାକୁ ଆସିଛି ହୋଲି

1 min
256

ଶୋଭାର ସଂଭାର ମେଲେଇ ବସନ୍ତ 

      ଋତୁ ଆସିଅଛି ଧରାରେ

ଫୁଲରେ ଫୁଲରେ ବାସ ଛୁଟିଯାଏ

      ପରଭୃତ ଚୂତ ଗହଳେ ।।

ଅଳପ ଦିନରେ  ଅଗିରା ଯାଇଛି

      ଅଗିରା ପୋଡିଲେ ଆମେ

ହୋଲିକାସୁରୁଣୀ ଘର ପୋଡା କଥା

       ବର୍ଣ୍ଣନା ରହିଛି ପୁରାଣେ ।।

ଦୋଳ ପୂର୍ଣ୍ଣମୀରେ ଦୋଳିରେ ବସିଣ

       ଖେଳିବେ ରାଧା ଗୋବିନ୍ଦ 

ଦୋଳବାସି ହୋଲି ଖେଳେ ମଜ୍ଜିଯିବା

        ନଥିବଟି ଭେଦା ଭେଦ ।।

ହୋଲିକାସୁରୂଣୀ ରକ୍ତରେ ଗୋବିନ୍ଦ 

       ଖେଳିଥିଲେ ବୋଲି ହୋରି

ଆମ ସଂସ୍କୃତିରେ ହୋରି ଖେଳୁଅଛୁ

       ହାଥେ ରଙ୍ଗ ପିଚିକାରି ।।

ଗୁରୁଜନ ପାଦେ ଅବିର ଲଗାଇ

       ନେବା ତାଙ୍କ ଆଶୀର୍ବାଦ 

ପ୍ରାକୃତିକ ରଙ୍ଗେ ଅବିର ଖେଳିବା 

       କରିବା ନାହିଁ ବିବାଦ ।।

କେମିକାଲ ମିଶା ରାସାୟନ ରଙ୍ଗ

       ବଜାରୁ କିଣିବା ନାହିଁ 

ପ୍ରାକୃତିକ ରଙ୍ଗ ବୃକ୍ଷ ପତରରୁ

        ପ୍ରସ୍ତୁତ କରିବା ମିଳି ।।

ଅବିର ସହିତେ ସେ ରଙ୍ଗେ ଖେଳିବା

        ହାତେ ଧରି ପିଚକାରି

ସେନେହ ମୈତ୍ରୀରେ ମାଠି ମୁଠି ହୋଇ

        ରଙ୍ଗ ଦେବା ମୁଖେ ବୋଳି ।।

ରଙ୍ଗ ଖେଳ ଖେଳି ନଦୀ ଜଳେ ଯାଇ

        ସ୍ନାହାନ କରିବା ମିଳି

ହୋଲି ଖିରି ଖାଇ ଯେଝା ଘରେ ଯିବା

        ହରିବୋଲ କହି କହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy