STORYMIRROR

Arjun Sahu

Inspirational Others

3  

Arjun Sahu

Inspirational Others

ବୋଉ

ବୋଉ

1 min
250

ଆଲୁର ବାଲୁର କେଶକୁ ତାହାର

ଲୁହ ଛଳଛଳ ଆଖି

କାନି ପଣତରେ ଲୁହ ପୋଛି ଦେଇ

ପାଶେ ଆସେ ହସି ହସି

ଦେବୀ ପ୍ରତିମାଟେ ପରି ଦେଖେ ତାକୁ

ସେହି ଅଟେ ମୋର ବୋଉ

ଏବେ ବି ରହିଛି ସେ ରାକା ଚନ୍ଦ୍ରମା

ରହିଛି ଚୈତ୍ର କ୍ଷମା

ରେବା ନଦୀ ଫଠା ସେ ବୂବ୍ଦ କଦମ୍ବ

ଅଛି ସେ ମାଳତୀ ଲତା

ଏବେବି ତ ଅଛ ତୁମେ ପାସେ ମୋର

ସୁରତ ବ୍ୟାପାରେ ପଡିନି ଭଟ୍ଟା

ତଥାପି କାହିଁକି ମନ ଖୋଜେ ମୋର

ରେବା ନଦୀପଠା ଚୈତ୍ର କ୍ଷପା

ମୁହିଁ ସିନାଜଣେ କୁପୁତ୍ର ତୋହର

ତୁହିତ ଅଟୁ ସୁମାତ୍ରା

କିପାଇଁ ହୃଦରୁ ଲିଭାଇ ଦେଉନୁ

ଅସହ୍ୟ ଏ ତୀବ୍ର ଚିତା

ମାତୃପଦ ତାକୁ ମାନେ

ଦୋଷନେଇ ଗୁଣ ଦିଏ ଅଧମ ସନ୍ତାନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational