ବୋଉ
ବୋଉ
ଆଲୁର ବାଲୁର କେଶକୁ ତାହାର
ଲୁହ ଛଳଛଳ ଆଖି
କାନି ପଣତରେ ଲୁହ ପୋଛି ଦେଇ
ପାଶେ ଆସେ ହସି ହସି
ଦେବୀ ପ୍ରତିମାଟେ ପରି ଦେଖେ ତାକୁ
ସେହି ଅଟେ ମୋର ବୋଉ
ଏବେ ବି ରହିଛି ସେ ରାକା ଚନ୍ଦ୍ରମା
ରହିଛି ଚୈତ୍ର କ୍ଷମା
ରେବା ନଦୀ ଫଠା ସେ ବୂବ୍ଦ କଦମ୍ବ
ଅଛି ସେ ମାଳତୀ ଲତା
ଏବେବି ତ ଅଛ ତୁମେ ପାସେ ମୋର
ସୁରତ ବ୍ୟାପାରେ ପଡିନି ଭଟ୍ଟା
ତଥାପି କାହିଁକି ମନ ଖୋଜେ ମୋର
ରେବା ନଦୀପଠା ଚୈତ୍ର କ୍ଷପା
ମୁହିଁ ସିନାଜଣେ କୁପୁତ୍ର ତୋହର
ତୁହିତ ଅଟୁ ସୁମାତ୍ରା
କିପାଇଁ ହୃଦରୁ ଲିଭାଇ ଦେଉନୁ
ଅସହ୍ୟ ଏ ତୀବ୍ର ଚିତା
ମାତୃପଦ ତାକୁ ମାନେ
ଦୋଷନେଇ ଗୁଣ ଦିଏ ଅଧମ ସନ୍ତାନେ
