ମମତା ମୟୀ ମା
ମମତା ମୟୀ ମା


ମମତା ମୟୀ ତୁ ଜନନୀ ମୋହର
ସ୍ବର୍ଗ ଠାରୁ ମହୀୟସୀ
ଜନମ ଦେଇଣ କୋଳେ ଧରିଅଛୁ
କୋମଳ କରେ ଆଉଁଷି
ସଦା ହାସ୍ୟମୟୀ ମୁଖଟି ତୋହର
ଅମୃତ ତହୁଁ ଝରେ
ଚାହିଁ ଦେଲେ ଥରେ ଦୁଃଖ ଭୁଲିଯାଏ
ହସ ଫୁଟେ ଓଠ ଧାରେ
ଆଙ୍ଗୁଠି ଧରିଣ ଚାଲି ଶିଖାଇଲୁ
ମୁଖରେ ଦରୋଟି ଭାଷା
ଦୁଃଖରେ ସୁଖରେ ଛାଇ ପ୍ରାୟେ ଥାଉ
ମେଲି ସୁରକ୍ଷାର ଛତା
ପଥର ଦେଉଳେ ପଥର ଦେବତା
ପୂଜିବି କାହିଁକି ଯାଇ
ପୂଣ୍ୟ ତିଥିରେ ତୋହ ପାଦ ତଳେ