STORYMIRROR

Arjun Sahu

Fantasy

3  

Arjun Sahu

Fantasy

ରଂଗିଲା ହୋଲି

ରଂଗିଲା ହୋଲି

1 min
256

ହୋଲିରେ ହୋଲି ମୋ ରଂଗିଲା ହୋଲି

ତୋହ ବିନା ଏ ଜୀବନ ଖାଲି ଖାଲି 

ହୋଲିରେ ହୋଲି ମୋ ରଂଗିଲା ହୋଲି ।।

ବରଷକ ଥରେ ସିନା ଆସୁ ଏ ଧରାରେ

ହସାଇ ଦେଉ ଜୀବନ ମଧୂ ପରଷରେ

କୁସୁମର ବାଶ ନେଇ ବହିଲେ ସମିର

ଚୂତ ଗହଳରେ ଯେବେ ଡାକଇ କୋକିଳ

ତୋ ଆସିବା ଶୁଭବାର୍ତ୍ତା ଯାଏ ପ୍ରସରି 

ହୋଲିରେ ହୋଲି ମୋ ରଂଗିଲା ହୋଲି।। 

ସପ୍ତରଂଗରେ ଅବିର ପଡଇ ଖୋଜା

ଦୋଳବେଦୀପରେ ଦୋଳ ଗୋବିନ୍ଦ ପୂଜା

ସୂରୁଜର ଆଭା ଜିଣା ଅବିର କିଣି

ମଜ୍ଜିଯିବା ହଜିଯିବା ହୋଲି ଖେଳରେ

ବାଧା ଅର୍ଗଳି ନ ମାନି ସ୍ନେହ ପ୍ରିତିରେ

 ପ୍ରାକୃତିକ ରଂଗ ଦେହେ ହେବାରେ ବୋଳି

ହୋଲିରେ ହୋଲି ମୋ ରଂଗିଲା ହୋଲି ।।

ହସି ହସାଇବା ଆମେ କିଣିବା ମନ

ହୋଲି ଗୀତେ ମଜ୍ଜିଯିବା ଦେଇ ପରାଣ

କେମିକାଲ ରଂଗ ଆଣି ନୋହିବା ବୋଳି

ସୃଷ୍ଟିକରେ ନାନା ରୋଗ ଯିବାନି ଭୂଲି

ଲକ୍ଷ ହୃଦେ ହସି ଦିଅରେ ହୋଲି

ହୋଲିରେ ହୋଲି ମୋ ରଂଗିଲା ହୋଲି ।।

ଜୀବନ ମରୂରେ ହୋଲି ଆଷାଢ ବାରି

ଛିଞ୍ଚି ଦେଇ ବିକସାଏ କୁସୁମ କଳି

ପରାଣ ପୁଲକେ ହସିଖେଳି ଡେଇଁ

ହୋଲିକୁ ବିଦାୟ ଦେବା ବରଷକ ପାଇଁ

ହୋଲି ଖୀରି ଖାଇ ଯିବା ଘରକୁ ଫେରି

ହୋଲିରେ ହୋଲି ମୋ ରଂଗିଲା ହୋଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy